29.1 C
Bhubaneswar
Monday, October 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା ....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା ….

ମେଷ: ଆଜି ପରିସ୍ଥିତି ପ୍ରତିକୂଳ ରହିବ । ଆୟ ବଢାଇପାରିବେ । ବିଶୃଙ୍ଖଳା ଏଡାଇ ପାରିବେ । ମର୍ଯ୍ୟାଦା ହାନିର ଆଶଙ୍କା ରହିଛି । ବାଧ୍ୟ ହୋଇ କାର୍ଯ୍ୟ କରିବେ ।

ବୃଷ : ପାରିବାରିକ ଜୀବନରେ ନାନା ସମସ୍ୟା ଦେଖାଦେବ । ଶାରୀରିକ କଷ୍ଟ ବଢିବ । ଅର୍ଥ କଷ୍ଟ ଅନୁଭୂତ ହୋଇପାରେ । ମାନସିକ ଚିନ୍ତା ବଢିବ ।

ମିଥୁନ: ଆଜି ଅଭାବ ମେଣ୍ଟାଇ ପାରିବେ । ହଠାତ୍ ବିପଦରେ ପଡିପାରନ୍ତି । ଭାତୃବିବାଦ ଉପୁଜିପାରେ । ତୃଟି ସୁଧାରି ପାରିବେ । ପର ଧନରେ କାର୍ଯ୍ୟ କରିବେ ।

କର୍କଟ: ମାନସିକ ଶାନ୍ତି ପାଇବେ । କଳହ ଆଦିରେ ଜଡିତ ହେବେ । ଦ୍ରବ୍ୟାଦି ଲାଭ ଘଟିପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଦେବ ଦର୍ଶନ କରିପାରନ୍ତି ।

ସିଂହ: ଆକସ୍ମିକ ଅସୁସ୍ଥତା ଭୋଗିବେ । ମାନସିକ ପ୍ରସନ୍ନତା ବଢିବ । ଦକ୍ଷତାର ବୃଦ୍ଧି ଘଟିବ । ଗଣ୍ଡଗୋଳରୁ ନିବୃତ ରୁହନ୍ତୁ ।

କନ୍ୟା: ପରିସ୍ଥିତିରୁ ଆସ୍ଥା ତୁଟିଯିବ । ବିଶ୍ୱାସ ହାନି ଘଟିବ । ହଜି ଯାଇଥିବା ଦ୍ରବ୍ୟ ଫେରି ପାଇବେ । ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି । ନୂତନ ନିଯୁକ୍ତି ପାଇବେ ।

ତୁଳା: ନିଜର ପ୍ରମାଦ ପାଇଁ ଚିନ୍ତା କରିବେ । ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ପାରସ୍ପରିକ ବୁଝାମଣା ବଢିବ । ଅଟକି ଥିବା କାର୍ଯ୍ୟ ଆଗେଇବ ।

ବିଛା: ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଦୂରଯାତ୍ରା କରିପାରନ୍ତି । ସହାୟତା ମିଳିପାରେ । ଚିନ୍ତା ଦୂରେଇଯିବ । ବୃଥା ଖର୍ଚ୍ଚ ବୃଦ୍ଧି ହୋଇପାରେ ।

ଧନୁ: ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଯୋଗାଯୋଗରେ ପ୍ରଗତି ଘଟିପାରେ । ଚାହିଁଥିବା କାର୍ଯ୍ୟ କରିପାରନ୍ତି । ବନ୍ଧୁ ସହଯୋଗ ପାଇ ଖୁସି ହେବେ ।

ମକର: ଧନାଦି ଆଦି ପାଇପାରନ୍ତି । କାର୍ଯ୍ୟ ଭାରରେ ରହିବେ । ପ୍ରିୟ ଜନଙ୍କ ସାହାଯ୍ୟ ଲୋଡିବେ । ଅସ୍ଥିର ରହିବେ ।

କୁମ୍ଭ: ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି । ଉଚ୍ଚ ଆଶା କରି ବିଫଳ ହେବେ । ସୁପାରିଶ ପାଇପାରନ୍ତି । ମାନସିକ ଉଦବେଗ ବଢିପାରେ ।

ମୀନ: ଆଜି ଧର୍ମ କାର୍ଯ୍ୟରେ ଆଗ୍ରହ ବଢିପାରେ । ନୀରବ ରହି କାର୍ଯ୍ୟ କରିଚାଲନ୍ତୁ , ସଫଳ ହେବେ । କର୍ମ କ୍ଷେତ୍ରରେ ସଫଳତା ମିଳିପାରେ । ବୃଥା ଭ୍ରମଣ କରନ୍ତୁ ନାହିଁ । ଲୋକ ସଂପର୍କ ବଢିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking