25.1 C
Bhubaneswar
Saturday, October 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୂଲ ବୁଝିବେ। ଚାହୁଁଥିବା କାମଟି ପୂର୍ଣ୍ଣାଙ୍ଗ କରିବେ। ଜଣେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ।

ବୃଷ : କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ।

ମିଥୁନ : ଅଫିସ୍‌ରେ ସୁ-ସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ।

କର୍କଟ : ଦୃଢ଼ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇଯିବେ। ମିତ୍ରମାନେ ପରୋକ୍ଷଭାବେ ଶତ୍ରୁତା ଆଚରଣ କରିପାରନ୍ତି। ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି। ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।

ସିଂହ : ଭୂଲ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ବ୍ୟାହତ ହୋଇପାରେ। ଜମିଜମା ବିବାଦୀୟ ପରିସ୍ଥିତି ଦୃତ ମୁକାମିଲା କରିବେ। ମହିଳାମାନଙ୍କର କଳା ସାହିତ୍ୟ ପ୍ରତି ଭଲ ରହିବ।

କନ୍ୟା : ସକାଳ ସକାଳୁ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବେ। ଭୂଲ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ। ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ମହିଳାମାନେ ପରିସ୍ଥିତିରେ ପଡ଼ି ନିଜକୁ ସଂକୁଚିତ କରିବେ।

ତୁଳା : ଆଜି ଟିକେ ଟିକେ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବ। ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବ। ବହୁଦିନର ସମସ୍ୟା ସମାଧାନ ହୋଇଯିବ।

ବିଛା : ପରିବାର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବ। ଅଫିସ୍ କାମରେ ଆଲୋଚନା କରିବେ। ନିଜର କେତେକ କୁକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।

ଧନୁ : ଆଜି କୌଣସି କାମ ଅଟକି ରହିବ ନାହିଁ। ନିଜର ଲୋକମାନେ ଶତ୍ରୁତା ହେବେ। ନିଜ କାମ ଛାଡ଼ି ପର କଥାରେ ମୁଣ୍ଡ ପୁରାଇବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ମକର : ଆଜି କର୍ମକ୍ଷେତ୍ରରେ ସମସ୍ୟା ସରଳ ରହିବ। ଆକସ୍ମିକ ଭାବରେ ଶୁଭ ଖବର ପାଇବେ। ବ୍ୟବସାୟରେ ଉନ୍ନତିକରିବେ। ଆତ୍ମୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।

କୁମ୍ଭ : ଆକସ୍ମିକ ଭାବରେ ଯାନବାହନ କିଣିପାରନ୍ତି। ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିବେ। ଧର୍ମ ଦିଗରେ ମନ ବଳାଇବେ।

ମୀନ : ଆଜି ପରିବାରରେ ମନମାଳିନ୍ୟ ଘଟିବ। ପୂର୍ବାବସ୍ଥା ଫେରିପାଇବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ମନରେ ଦୁଃଖ ଦେବ। ମହିଳାମାନେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ପଶ୍ଚାତାପ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking