25.1 C
Bhubaneswar
Monday, October 21, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ପ୍ରଗତିରେ କେହି ଗତିରୋଧ କରିପାରନ୍ତି। ମନକୁ ଶାନ୍ତି ମିଳିବ। ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ। ପରିବାରରେ ଅଭାବ ଅନଟନ ଦେଖାଦେବ। ମହିଳାମାନେ ନିଆଁ ଓ ଗ୍ୟାସ୍ ପ୍ରତି ଜଗି ରହି କାମ କରନ୍ତୁ।

ବୃଷ : ଆଜି ବେପାର ବୃତିରେ ପ୍ରଗତି କରିବେ। ସମାଜରେ ଆଦର ସମ୍ମାନ ପାଇବେ। ଜୀବନ ସାଥି ଆପଣଙ୍କୁ ଉତ୍ସାହିତ କରିବ। ନିଜର ବସ୍ତ୍ର ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ।

ମିଥୁନ : ବ୍ୟବସାୟରେ ମନ ପ୍ରାଣ ଦେଇ କାମ କରନ୍ତୁ। ସଫଳତା ଓ ଲାଭ ପାଇବେ। କାହାରିକୁ ସମାଲୋଚନା କରନ୍ତୁ ନାହିଁ। ଶରୀର ଅସୁସ୍ଥ ହୋଇପାରେ। ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ବେପାର ବୃତିରେ ସୁଖି ରହିବେ। କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିେବେ, ହେଲେ ସେ କହିବା ପୂର୍ବରୁ ତାଙ୍କ ମନ କଥା ଖୁବ୍ ଶୀଘ୍ର ଜାଣିନେବେ।

ସିଂହ : ପରିବାରଜନଙ୍କ ସହିତ ଅଧିକ ସମୟ ବିତେଇବେ। ନୂଆଘର ତିଆରି ପାଇଁ ଯୋଜନା ତିଆରି କରିବେ। ଖାଦ୍ୟ ପେୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଛାତୀମାନେ ଅଧ୍ୟୟନରେ ଅଧିକ ମନ ନିବେଶ କରିବେ।

କନ୍ୟା : ବ୍ୟବସାୟରେ ପ୍ରଶାର ଲାଭ କରିବେ। ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ। ପ୍ରତିଟି କ୍ଷେତ୍ରରେ ଭୟ ଦେଖାଦେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ତୁଳା : ଅଫିସରେ ଅଧିକ ଦାୟିତ୍ୱ ତୁଲାଇବେ। ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ। ସ୍ତ୍ରୀଙ୍କ ସହିତ ସହରକୁ ଯାଇ ଗୃହ ଉପକରଣ କିଣିପାରନ୍ତି। ବନ୍ଧୁମାନଙ୍କ ସହିତ ରାତ୍ରିି ଭୋଜିରେ ମଉଜ ମସ୍ତି କରିବେ।

ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ। ଆୟ ବୃଦ୍ଧିର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଆଦର ସମ୍ମାନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଜୀବନ ସାଥିଙ୍କୁ କୌଣସି ବସ୍ତ୍ର ଉପହାର ଦେବେ।

ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ। କର୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବେ। ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଗାଡ଼ି ଚଳାନ୍ତୁ।

ମକର : ପିତାମାତାଙ୍କ ଆର୍ଶୀବାଦ ନେଇ କାମରେ ଯାଆନ୍ତୁ। ଆପଣଙ୍କ ମନସ୍କାମନା ପୂରଣ ହେବ। ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହି ପାରିବେ ନାହିଁ। ସେୟାର ବଜାରରୁ ଲାଭ କମ୍ ପାଇବେ।

କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶୁଭ ଖବର ପାଇ ଖୁସି ରହିବେ। ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥି ଆସିବେ।

ମୀନ : ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ସେବା ପୂଜାରେ ମନନିବେଶ କରିବେ। ଅଭାବରୁ ମୁକ୍ତି ମିଳିବ। ଶାରୀରିକ ପୀଡ଼ା ଅନୁଭବ କରିବେ। ଚନ୍ଦ୍ରଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking