28.1 C
Bhubaneswar
Tuesday, September 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହ ପଦ ହେବ ନାହିଁ। ମାଲିମକୋଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

ବୃଷ : ଆଜି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖିନ ହେବେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବେ।

ମିଥୁନ : ନର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ହଠାତ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।

କର୍କଟ : ଆଜି ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ। ଏଣୁ ସାବଧାନତା ଆବଶ୍ୟକ। ପ୍ରେମସମ୍ପର୍କରେ ଚତୁରୀ କଥା କହି ଅନ୍ୟକୁ ଆପଣାର କରିବେ। ଯାହାକି ସମସ୍ୟାର କାରଣ ହେବ।

ସିଂହ : ସଭା ସମିତିରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ ପାଇଯିବେ। ଅର୍ଥ ମିଳିବ।

କନ୍ୟା : ଆଜି କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହକାମରେ ମନ ଦେବେ।

ତୁଳା : ବନ୍ଧୁମାନଙ୍କ ଅନୁରୋଧ ବଶତଃ ଦୂରଯାତ୍ରା କରିପାରନ୍ତି। ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ। ମହିଳାମାନେ ବ୍ୟସ୍ତତା ଅନୁଭବ କରିବେ।

ବିଛା : କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।

ଧନୁ : କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଅଫିସ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

ମକର : ଆଜି ବନ୍ଧୁଙ୍କ ଜରିଆରେ କାମ ହାସଲ ମଧ୍ୟ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧିପାଇବ। ଗଠନମୂଳକ କାର୍ଯ୍ୟରେ ପ୍ରଂଶସିତ ହେବେ। ଦୂରଯାଗାକୁ ଯାଇପାରନ୍ତି।

କୁମ୍ଭ : ବହୁ ଦିନର ଅର୍ଥ ଆଦୟ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। ପ୍ରତ୍ୟକ କ୍ଷେତ୍ରରେ ନୀରବ ରହି କାମ କରିବେ।

ମୀନ : ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସହକର୍ମୀମାନେ ସାହାଯ୍ୟ କରିବେ। ଅର୍ଥାଭାବ କେତେକ କାମକୁ ଅଟକାଇ ଦେବ। ମହିଳାମାନେ ଭୂଲ ବୁଝିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking