27.1 C
Bhubaneswar
Monday, September 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଦୁର୍ଘଟଣାରେ ସମ୍ମୁଖିନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଶାନ୍ତି ମିଳିବ।

ବୃଷ : ଆଜି ଗୃହରେ ପିତାଙ୍କ ଦେହ ଖରାପ ରହିବ। ଖର୍ଚ୍ଚାନ୍ତ ହୋଇ ଚିନ୍ତିତ ରହିବେ। ନୂତନ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ। ମହିଳାମାନେ ଗୃହକାର୍ଯ୍ୟରେ ଲାଗି ରହିବେ। ସ୍ୱାସ୍ଥ୍ୟପ୍ରତି ସତର୍କ ରହୁନ୍ତୁ।

ମିଥୁନ : ପାରିବାରିକ କ୍ଷେତ୍ରରେ ଆର୍ଥିକ ସଂକଟ ନେଇ ଚିନ୍ତିତ ରହିବେ। ଧର୍ମଭାର ଜାଗ୍ରତ ହେବ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ପୁରାତନ ରୋଗରୁ ମୁକ୍ତି ପାଇବେ।

କର୍କଟ : ଆଜି ଅଯଥା ଶତ୍ରୁମାନେ ଆକ୍ରଣ କରିବେ। ଜମିବାଡ଼ି ସଂକ୍ରାନ୍ତିୟ ଗଣ୍ଡଗୋଳ ଲାଗିରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରୀକ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଶିକ୍ଷାପ୍ରତି ଚିନ୍ତିତ ରହିବେ।

ସିଂହ : ଆଜି ଦିନଟି ଆପଣଙ୍କ ସମସ୍ୟା ବୃଦ୍ଧି ହେବ। ଅଯଥା ଶତ୍ରୁମାନେ ବିରୁଦ୍ଧାଚରଣ କରିବେ। ଶତ୍ରୁଦମନ କରିବାରେ ଆପଣ ବ୍ୟସ୍ତ ରହିବେ।

କନ୍ୟା : ଆଜି ଅପଣଙ୍କ ପ୍ରତି ଶୁଭ ଅଟେ। କିଛି ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ଚାକିରୀକ୍ଷେତ୍ରରେ ବିବାଦ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ପ୍ରମୋଶନ ହେବା କଷ୍ଟକର ହୋଇପାରେ।

ତୁଳା : ଆଜି ଆପଣଙ୍କ ଦେହ ଅସୁସ୍ଥ ରହିବ। ମାନସିକ ଅଶାନ୍ତି ଭୋଗିବେ। ଧନ ସମ୍ପତିରେ କ୍ଷତି ଘଟିପାରେ ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ।

ବିଛା : ଆଜି ଆପଣ ଧର୍ମ ପ୍ରତି ମନ ବଳାଇବେ। ଆର୍ଥିକ ସମସ୍ୟା ଲାଗି ରହିବ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବେ। ଦୂରଯାତ୍ରା ଯୋଗ ରହିଛି। ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବେ।

ଧନୁ : ଆଜି ଆପଣ ସମ୍ମାନୀତ ହେବେ। ଅର୍ଥକ୍ଷେତ୍ରରେ ଫଳପ୍ରଦ ହେବ। ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତାରେ ରହିବେ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ସଙ୍ଗେ ସମ୍ମାନୀତ ହେବେ। ବ୍ୟବସାୟରେ ଲାଭବାନ୍ ହେବେ। ପରିବାରରେ ଶାନ୍ତି ସୃଷ୍ଟି ହୋଇପାରେ। ମହିଳାମାନେ କର୍ମଠ ହେବେ।

କୁମ୍ଭ : ଆଜି ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହେବେ। ପରିବାରରେ ଅଶାନ୍ତି ଲାଗି ରହିବ। ଆର୍ଥିକ ପରିସ୍ଥିତିରେ ସମାନ୍ୟ ଅଭାବ ଦେଖାଦେବ। ବାଣିଜ୍ୟ ଲାଭ କରିବେ।

ମୀନ : ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ। ଶାରୀରିକ ପୀଡ଼ା ପାଇପାରନ୍ତି। ବନ୍ଧୁ ମିଳନର ଯୋଗ ରହିଛି। ବିଦ୍ୟାର୍ଥୀମାନେ ଶିକ୍ଷାରେ ଉନ୍ନତି କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking