26.1 C
Bhubaneswar
Tuesday, September 17, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ପାରିବାରିକ ଅଶାନ୍ତି ଦେଖାଦେଇପାରେ। କାର୍ଯ୍ୟରେ ସଫଳତା ମିଳିବ। କଷ୍ଟସାଧ୍ୟ କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ବ୍ୟବସାୟରେ ଲାଭବାନ୍ ହେବେ।

ବୃଷ : କାର୍ଯ୍ୟରେ ସଫଳତା ଲାଭ କରିବେ। ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଲୋକ ସମ୍ପର୍କ ବୃଦ୍ଧି ଘଟିବ। ଅର୍ଥ ମିଳିବ।

ମିଥୁନ : ଆଜି ସରକାରୀ ସ୍ତରରେ ସମ୍ମାନୀତ ହେବେ। ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖ ସମ୍ଭୋଗ କରିପାରନ୍ତି। ନୂତନ ଓ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟକ ଲାଭଜନକ ହେବ।

କର୍କଟ : ଉପୁଜିଥିବା ସମସ୍ୟାର ସୁ ସମାଧାନ ହେବ। ଭ୍ରମଣ ଯୋଗ ରହିଛି। ଗୁଣବାନ୍ ହେବେ। ଶତ୍ରୁ ବିଜୟୀ ହୋଇପାରନ୍ତି। ସୁଖ ଭୋଗ କରିବେ। ବନ୍ଧୁ ସ୍ନେହ ଅତୁଟ ରହିବ। ଶ୍ରେଷ୍ଠ ପଦୋନତୀ ପାଇବେ।

ସିଂହ : ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମାନସିକ ଅଶାନ୍ତି ଦୂର ହେବ। ମନରେ କ୍ଷୋଭ ବୃଦ୍ଧି ହୋଇପାରେ। ଚନ୍ଦ୍ରଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରନ୍ତୁ।

କନ୍ୟା : ଆଜି ଶତ୍ରୁ ଚିନ୍ତା ଲାଗି ରହିବ। ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ସହଯୋଗ ପ୍ରାପ୍ତି ହୋଇପାରନ୍ତି।

ତୁଳା : ଚାଲୁ ରହିଥିବା ଯୋଜନା କାର୍ଯ୍ୟରେ ପରିବର୍ତନ ଘଟାଇପାରନ୍ତି। ଦରକାର ପଡ଼ିଲେ ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ମାନ ସମ୍ମାନ ବୃଦ୍ଧି ହେବ। ଦୂରଯାଗାକୁ ଯାଇପାରନ୍ତି।

ବିଛା : ଯାତ୍ରା ସମୟରେ ଠିକ ଜାଗାରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇଯିବେ। ଟିକିଏ କଥାରେ ରାଗିଯାଇ ଯାହା ପାଇବେ ତାହା କହିବେ। ଯାହା ଫଳରେ କିଛି ସମସ୍ୟା ଆସିପାରେ। ମହିଳାମାନେ ବିଳାସୀନି ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଏକ ପ୍ରକାର ନିଶ୍ଚିନ୍ତ ସହକର୍ମୀଙ୍କ ସହ ଶତ୍ରୁତା କାରଣରୁ ସବୁ କିଛି ଠିକ ହୋଇଯିବ। ବ୍ୟବସାୟରେ ଉନ୍ନତି କରିବେ।

ମକର: ପ୍ରିୟ ବନ୍ଧୁଙ୍କ ସହ ଭାଙ୍ଗିଯାଇଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କ ପଢ଼ାରେ ସମସ୍ୟା ନେଇ ମନ ଭାରାକ୍ରାନ୍ତ ହୋଇପାରେ। ଆଜି ଆପଣଙ୍କୁ ବନ୍ଧୁ ସାହାଯ୍ୟ ମିଳିବ।

କୁମ୍ଭ: ଆଜିର କର୍ମକ୍ଷେତ୍ରରେ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ଠିକ ହେବ ନାହିଁ। ସନ୍ତାନମାନଙ୍କ ବିଶୃଙ୍ଖଳ ଆଚରଣ ମନକୁ ଭାରାକ୍ରାନ୍ତ କରିବ। ପର କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ।

ମୀନ: ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସ୍ତ୍ରୀଙ୍କ ପ୍ରେରଣାରେ ଉପକୃତ ହୋଇପାରନ୍ତି। ଯାହାକି ବ୍ୟସ୍ତତାର କାରଣ ହୋଇପାରେ। ମହିଳାମାନେ ସାମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଆଗେଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking