27.1 C
Bhubaneswar
Wednesday, March 25, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆର୍ଥିକ ପରିସ୍ଥିତି ଜଟିଳ ହେବ। କର୍ତୃପକ୍ଷଙ୍କ ସହ ମତାନ୍ତର ଘଟିପାରେ। କାର୍ଯ୍ୟ ଭାର ବଢ଼ିବ। ଯୋଗା ଯୋଗରେ ଅଗ୍ରଗତି ହେବ। ଧନପ୍ରାପ୍ତି ହେବ।

ବୃଷ : ବ୍ୟକ୍ତିଗତ ଦୁର୍ବଳତା ହେତୁ ଅସୁବିଧାରେ ପଡ଼ିବେ। ବନ୍ଧୁ ସହଯୋଗ ମିଳିବ। ଶାରୀରିକ ଆଘାତ ପାଇପାରନ୍ତି। ମିତ୍ର ଲାଭ ଅଛି। ଚୋର ଭୟ ହୋଇପାରେ। ଆୟ ଉତମ ହେବ।

ମିଥୁନ : ଆଜି ପୈତୃକ ସମ୍ପତି ନେଇ ବିବାଦ ସୃଷ୍ଟି ହେବ। ପରିବାରରେ ଚିନ୍ତା ବଢ଼ିବ। ମନ ଦୁର୍ବଳ ରହିବ। ଦେହ ଭଲ ରହିବ। ବନ୍ଧୁ ବର୍ଗରେ ମତାନ୍ତର ଘଟିବ।

କର୍କଟ : ଆଜି ଦ୍ରବ୍ୟ ଲାଭ ଯୋଗ ରହିଛି। ଭାତୃ ସହଯୋଗ ପ୍ରାପ୍ତି ହେବ। ଋଣ ମୁକ୍ତ ହୋଇପାରନ୍ତି। ପରିଶ୍ରମ ବୃଥା ହେବ। କାର୍ଯ୍ୟ ସଫଳ ହେବ। ଆୟ ବ୍ୟୟ ସମାନ ରହିବ।

ସିଂହ : ମାନସିକ ବ୍ୟାକୁଳ ବଢ଼ିପାରେ। ଆକସ୍ମିକ ଦୁର୍ଘଟଣା ଦେଖାଦେବ। ବାଧ୍ୟ ହୋଇ ଅକାର୍ଯ୍ୟ କରିବେ। ଭୟ ବଢ଼ିବାକୁ ଲାଗିବ। ସାନ୍ତ୍ୱନା ପାଇପାରନ୍ତି।

କନ୍ୟା : ଆଜି ଆର୍ଥିକ ସହଯୋଗ ମିଳିପାରେ। ପରିସ୍ଥିତି ପ୍ରତିକୂଳ ହେବ। ତ୍ରୁଟି ସୁଧାରି ପାରିବେ। ଅଭାବ ମେଂଟାଇପାରିବେ। ବିରୋଧ ଉପୁଜିପାରେ।

ତୁଳା : ସକାଳୁ ସକାଳୁ ବନ୍ଧୁ ଦର୍ଶନ କରିପାରନ୍ତି। ଅସ୍ଥିରତା ଅନୁଭବ କରିବେ। ବିରକ୍ତି ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ ଯତ୍ନଶୀଳ ହେବେ।

ବିଛା : ଆର୍ଥିକ ଅନାଟନ ଦୂରୀଭୂତ ହେବ। ମାନସିକ ଆଶାନ୍ତି ଭୋଗିବେ। ଅର୍ଥଲାଭ ପାଇବେ। ହଠାତ ବିପଦରେ ପଡ଼ିବେ। କଳହାଦିରେ ପଡ଼ିପାରନ୍ତି। ଆର୍ଥିକ ଲାଭ ହେବ।

ଧନୁ : ବୃଥା ଅପବାଦ ଭୋଗିପାରନ୍ତି। ସୁଯୋଗର ଉପଯୋଗ କରିବେ। ଅଜଣା ଲୋକଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଅନ୍ୟାୟର ପ୍ରତିରୋଧ କରିବେ। ନୂତନ କାର୍ଯ୍ୟ କରିବେ।

ମକର : ଆଜି ଉଦର ବ୍ୟଥା ଭୋଗିବେ। ବିଭିନ୍ନ ଦିଗରୁ ଲାଭ ବଢ଼ିବ। କ୍ଲାନ୍ତ ଓ ଅବସାଦ ରହିବେ। ହଠାତ ଦୁର୍ଘଟଣାରରେ ପଡ଼ିପାରନ୍ତି। ବ୍ୟବସାୟରୁ ଲାଭ ମିଳିବ।

କୁମ୍ଭ : ଅଭାବ ଦୂରେଇଯିବ। ବନ୍ଧୁ ମେଳରେ ଅପ୍ରିୟ ହେବେ। ଆଗ୍ରହ ବଢ଼ିବ। ବୃଥାରେ କ୍ଷତି ସହିବେ। ଗୁରୁଜନମାନଙ୍କ ପାଇଁ ଚିନ୍ତା ବଢ଼ିଯିବ। ବନ୍ଧୁ ମେଳରେ ଅପ୍ରିୟ ହେବେ।

ମୀନ : ଆର୍ଥିକ ଉନ୍ନତି ଘଟିବ। ସହଯୋଗ ମିଳିପାରେ। ଅର୍ଥଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ପଥଭ୍ରଷ୍ଟ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking