ମେଷ : କାର୍ଯ୍ୟରେ ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ମିଳିବ। ଉତମ ଗୃହରେ ବାସ କରିବେ। କୀର୍ତିମାନ ହେବେ। ଧନପ୍ରାପ୍ତ ହେବେ। ଉତମ ଗୁଣର ହେବ।
ବୃଷ : କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇପାରନ୍ତି। ଆଳସ୍ୟ ପରାୟଣ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନୀତ ହୋଇପାରନ୍ତି। ସ୍ତ୍ରୀ ଧନରେ ସୁଖୀ ହୋଇପାରନ୍ତି।
ମିଥୁନ : ଆଜି ଆୟ ଯଥେଷ୍ଟ ପରିମାଣରେ ହେବ। ନାନାବିଧୀ ସମ୍ମାନର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ପ୍ରଶନ୍ନତା ଲାଭ କରିପାରନ୍ତି। ଉଚ୍ଚବିଳାସୀ ହେବେ।
କର୍କଟ : ନୂତନ ନିଯୁକ୍ତି ପାଇ ବ୍ୟସ୍ତତାରୁ ବଂଚିତ ହୋଇପାରନ୍ତି। ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ। ଉତମ ମିତ୍ରଲାଭ ହୋଇପାରେ। ପୁତ୍ର ଲାଭର ସୂଚନା ମିଳୁଛି। ଧନ ମିଳିବ।
ସିଂହ : ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ। ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ। ବିଜ୍ଞ ବ୍ୟକ୍ତି ଭାବେ ସର୍ବ ବିବେଚିତ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବେ।
କନ୍ୟା : ଲାଗି ରହିଥିବା ବିବାଦ ଅବସାନ। ଉତମ ଭୋଜନ ମିଳିବ। ଜୀବନରେ ଆଶା ପୂରଣ ହେବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶତ୍ରୁମାନେ ଅପସରିଯିବେ।
ତୁଳା : ସତର୍କ ନ ରହିଲେ ଦ୍ରବ୍ୟ ହାନି ହେବାର ସମ୍ଭାବନା ଅଛି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବ ହେବ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ।
ବିଛା : ସେବା ମନୋଭାବ ଗ୍ରହଣ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି।
ଧନୁ : ସମ୍ପତି ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଶାବାଦୀ ହେବେ। ଆଶାପୂରଣ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଲୋଭର ବସବର୍ତି ହେବେ।
ମକର : ଆଜି ଦିନଟି ବନ୍ଧୁମିଳନ ଆନନ୍ଦଦାୟକ ହୋଇପାରେ। ସୁଖ ସମୃଦ୍ଧି ପୂର୍ଣ୍ଣ ହେବ। ସମସ୍ୟାର ପରିସମାପ୍ତି ଘଟିବ। କୃଷିକ୍ଷେତ୍ରରେ ତ୍ୱରାନ୍ୱିତ କରିବାରେ ଲାଗିପଡ଼ିବେ।
କୁମ୍ଭ : ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପଥରୋଧ କରିବାକୁ କହି ଉଦ୍ୟମ ଚଳାଇପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। କଳ୍ପନା ବିଳାସୀ ହୋଇପାରନ୍ତି।
ମୀନ : ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତି ସ୍ଥାପନ କରିପାରନ୍ତି। ମନ ପ୍ରସନ୍ନ ରହିବ।










