27.1 C
Bhubaneswar
Saturday, September 28, 2024
Homeଓଡିଶାବିଲୁଆ ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ଆହତ

ବିଲୁଆ ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ଆହତ

ବ୍ରହ୍ମପୁର : ଉତ୍ତର ପ୍ରଦେଶରେ ଆତଙ୍କ ଖେଳାଇଥିବା ଗଧିଆ ଆକ୍ରମଣ ସାରା ଦେଶରେ ଏବେ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଓଡ଼ିଶାରେ ବିଲୁଆ ଆକ୍ରମଣର ଖବର ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜରେ ଏକାଧିକ ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହାତମାନଙ୍କ ମଧ୍ୟରେ ୭ ଜଣ ମହିଳା ରହିଥିବା ବେଳେ ୧୩ ଜଣ ପୁରୁଷ ରହିଛନ୍ତି । ବୁଧବାର ସକାଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ପାଗଳ ବିଲୁଆ କାମୁଡାରେ ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁର ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ପାଗଳ ବିଲୁଆଟି ୩ଟି ଗାଁରେ ବୁଲିବୁଲି କାମୁଡିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ବ୍ୟକ୍ତି ମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking