19.1 C
Bhubaneswar
Sunday, December 28, 2025
Homeଓଡିଶାଆଜି ଘରେ ଘରେ ମହକୁଛି ଘାଣ୍ଟର ବାସ୍ନା

ଆଜି ଘରେ ଘରେ ମହକୁଛି ଘାଣ୍ଟର ବାସ୍ନା

ଭୁବନେଶ୍ୱର : ଦୂତୀ ବାହନ ଓଷା, ଦୁତିଆ ଓଷା ବା ପୁଅ ଜିଉଁତିଆ ଓଷା ନାମରେ ମଧ୍ୟ ଜଣାଯାଏ। ଏହା ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ “ଦୁତିଆ/ଦୂତୀଆ” ବା “ଦୂତୀ ବାହନ ଓଷା” ନାମରେ ପାଳିତ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଦୁତିଆ ଓଷା। ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ ଦୂତୀ ବାହନ ଓଷା ନାମରେ ପାଳିତ। ମା’ ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି। ଦୁତିଆ ଓଷାର ଠିକ ପରଦିନ ଘରେ ଘରେ ଘାଣ୍ଟ ତରକାରୀ ତିଆରି ହୋଇଥାଏ। ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ। ଏହାସହ ଏହି ତରକାରୀକୁ ସାହିପଡ଼ିଶା ଓ ବନ୍ଧୁବାନ୍ଧବ ଘରେ ମଧ୍ୟ ବଣ୍ଟାଯାଏ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଘାଣ୍ଟ ତରକାରୀ ସ୍ୱତନ୍ତ୍ର ମହକ ଦେଇଥାଏ। ଘାଣ୍ଟ ପ୍ରସ୍ତୁତ ପରେ ଭଗବାନଙ୍କୁ ଅର୍ପଣ ପରେ ଅନ୍ୟମାନଙ୍କୁ ବଣ୍ଟା ଯିବା ପରେ ଘରର ସଦସ୍ୟ ଏକାଠି ବସି ଘାଣ୍ଟ ତରକାରୀର ମଜା ନେଇଥାଆନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking