ଭୁବନେଶ୍ୱର : ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଆଜିଠାରୁ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଜରୁରିକାଳୀନ ରୋଗୀ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ । ରାଜ୍ୟ ସରକାରଙ୍କ ଏସମା ଲାଗୁ ହେବା ପରେ ମଧ୍ୟ ଆନ୍ଦୋଳନ କରିବ ସଂଘ । ସଂଘର ସାଧାରଣ ସଂପାଦକ ଅଶ୍ଵିନୀ କୁମାର ଦାସ କହିଛନ୍ତି ଯେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ବିଭିନ୍ନ ଦଫା ଦାବି ନେଇ ଗତ ଅଗଷ୍ଟ ମାସରେ ସଂଘ ପକ୍ଷରୁ କଳା ବ୍ୟାଜ୍ ପରିଧାନ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ପରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହେବା ପରେ ସଂଘ ୧ମାସ ପାଇଁ ଆନ୍ଦୋଳନରୁ ଓହରି ଯାଇଥିଲା। ମାତ୍ର ଆଲୋଚନାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ସରକାର କୌଣସି ଦାବି ପୂରଣ କରି ନ କରିବାକୁ ଆନ୍ଦୋଳନ କରିବ ସଂଘ । ଅନ୍ୟପକ୍ଷରେ ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ ହୋଇଛି । ଏହା ୬ ମାସ ଯାଏଁ ବଳବତ୍ତର ରହିବ । ତେଣୁ ଏସମା ଲାଗୁ ବେଳେ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।










