23.1 C
Bhubaneswar
Tuesday, February 3, 2026
Homeଖେଳଆଜି ପୁରୁଷ ହକି ଭାରତ-ଜର୍ମାନୀ ମୁକାବିଲା

ଆଜି ପୁରୁଷ ହକି ଭାରତ-ଜର୍ମାନୀ ମୁକାବିଲା

ନୂଆଦିଲ୍ଲୀ : ଆଜି ପୁରୁଷ ହକି ଭାରତ-ଜର୍ମାନୀ ମୁକାବିଲା। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ। ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ତାରିକା ଅମିତ ରୋହିଦାସଙ୍କ ବିନା ଖେଳିବ ଟିମ୍ ଇଣ୍ଡିଆ। କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନରୁ ହରାଇ ସେମି ଟିକେଟ୍ ହାତେଇଥିଲା ଭାରଚ। ସେପଟେ ଆର୍ଜେଣ୍ଟିନାକୁ ହରାଇ ସେମିକୁ ଆସିଛି ଜର୍ମାନୀ।ଗତ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ୍ ଜିତିଥିଲା ଭାରତ। ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ଟୋକିଓ ଅଲିମିକ୍ସ ପରେ ଉଭୟ ଦଳ ଏଫଆଇଏଚ୍ ପ୍ରୋ ଲିଗରେ ୬ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଭାରତ ୫ଟି ଓ ଜର୍ମାନୀ ଗୋଟିଏ ଜିତିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking