18.1 C
Bhubaneswar
Friday, February 13, 2026
Homeଓଡିଶାଆଜି ବିଶ୍ବ ଶାକାହାରୀ ଦିବସ

ଆଜି ବିଶ୍ବ ଶାକାହାରୀ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ବ ଶାକାହାରୀ ଦିବସ । ଶାକାହାରୀ ଭୋଜନକୁ ପ୍ରୋତ୍ସାହିତ କରିବା ତଥା ଶାକାହାରୀ ଜୀବନଶୈଳୀର ସ୍ବାସ୍ଥ୍ୟ ଉପରେ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଏ । ୧୯୭୭ରେ ଉତ୍ତର ଆମେରିକୀୟ ଶାକାହାରୀ ସୋସାଇଟି ବିଶ୍ବ ଶାକାହାରୀ ଦିବସର ଘୋଷଣା କରିଥିଲା । ସେବେ ଠାରୁ ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ ହେଉଛି। ଶାକାହାରୀ ଖାଦ୍ୟର ମନୁଷ୍ୟ ଶରୀର ଉପରେ ବେଶ୍‌ ସୁପ୍ରଭାବ ରହିଥିବା ବେଳେ ଆମିଷ ଖାଦ୍ୟ ପାଇଁ ପଶୁହତ୍ୟା ଅନୁଚିତ ବୋଲି ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ବିଶ୍ବ ଶାକାହାରୀ ଦିବସ ପାଳନ ଅବସରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସେହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି କାହିଁକି ଶାକାହାରୀ ହେବା ଉଚିତ୍‌ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking