ଭୁବନେଶ୍ୱର: ଆଜି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ୱ ହାତୀ ଦିବସ । ନନ୍ଦନକାନରେ ପ୍ରାଣୀ ଉଦ୍ୟାନରେ ପାଳନ ହେଉଛି ହାତୀ ଦିବସ । ହାତୀଙ୍କୁ ଦିଆଯାଉଛି ଭଳିକି ଭଳି ଖାଦ୍ୟ । ନଡିଆ , ତରଭୁଜ, ଆଖୁ , ସେଓ ଠୁ ଆରମ୍ଭ କରି ପଇଡ କଦଳୀ ପଯ୍ୟନ୍ତ ମନଖୁସି ହେଲା ଭଳି ଖାଦ୍ୟ ଦିଆଯାଏ । ହାତୀ ମଣିଷ ଲଢେଇ ରୋକାଯିବା ଉପରେ ଦିଆଯାଇଛି ସଚେତନତା ବାର୍ତ୍ତା । ସ୍ୱତନ୍ତ୍ର କାଯ୍ୟକ୍ରମରେ ମାହୁନ୍ତଙ୍କୁ ପୁରଷ୍କୃତ କରାଯିବ । ଏବଂ ନନ୍ଦନ କାନନରେ ୪ଟି ହାତୀ ଓ ଚନ୍ଦକା ଗୋଡିବାଲିର କୁମାର ଖୁଣ୍ଟି ହାତୀ ଶାଳରେ ୮ଟି ପୋଷା ହାତୀ ରହିଛନ୍ତି ।









