29.1 C
Bhubaneswar
Monday, February 2, 2026
Homeଓଡିଶାଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜନ୍ମଦିନ

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜନ୍ମଦିନ

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକଙ୍କ ୧୨୯ ତମ ଜନ୍ମ ଜୟନ୍ତୀ   । ଏଠି ସହିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁରରେ ଆଜି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ସମ୍ୱଲପୁର ଜେଲ ଛକରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ୟ୍ୟକ୍ରମ ରହିଛି।  ୧୮୦୯ ଜାନୁଆରି ୨୩ରେ ଜନ୍ମ ଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ।  ସମ୍ୱଲପୁର ନିକଟ ଖିଣ୍ଡା ଗାଁ ସୁରେନ୍ଦ୍ର ସାଏଙ୍କ ପୈତୃକ ଗାଁ। ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ। ୧୮୨୭ ମସିହାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ ସୁରେନ୍ଦ୍ର ସାଏ। ଦୁର୍ଗମ ଜଙ୍ଗଲ ଓ ପାହାଡରେ ଗରିଲା ଯୁଦ୍ଧ କରି ଇଂରେଜଙ୍କୁ ନାକେଦମ କରିଥିଲେ। ଇଂରେଜ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ। ୧୮୬୪ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ସେ ଧରାପଡିଥିଲେ। ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡକିଲା ଜେଲକୁ ପଠାଯାଇଥିଲା। ସେଠାରେ ମୃତ୍ୟୁ ପର୍ୟ୍ୟନ୍ତ ୨୦ ବର୍ଷ ଜେଲରେ ରହିଥିଲେ ବୀର ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରି ୨୮ରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦେଶ ମାତୃକାର ଏହି ବୀର ସନ୍ତାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking