26.1 C
Bhubaneswar
Thursday, June 19, 2025
Homeଓଡିଶାଶ୍ରୀଜିଉଙ୍କ ଅନବସରର ଆଜି ଦ୍ବିତୀୟ ଦିନ

ଶ୍ରୀଜିଉଙ୍କ ଅନବସରର ଆଜି ଦ୍ବିତୀୟ ଦିନ

ପୁରୀ: ଶ୍ରୀଜିଉଙ୍କ ଅନବସରର ଆଜି ଦ୍ବିତୀୟ ଦିନ । ମହାପ୍ରଭୁଙ୍କର ଆଜିର ଦିନରେ କରାଯାଇଥାଏ ଓଦା ଲୁଗା ଲାଗି ନୀତି । ଆସନ୍ତାକାଲି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ । ଜ୍ୟୋଷ୍ଠମାସ ପୂର୍ଣ୍ଣିମା ଠାରୁ ଆଷାଢ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଅଣସର କୁହାଯାଏ । ଦଇତାପତିଙ୍କ ଦ୍ଵାରା ଅଣସର ଗୃହରେ ଗୁପ୍ତ ସେବା ଚାଲିଥିବା ବେଳେ  ପଣା ଓ ଫଳମୂଳ ପଥି ମହାପ୍ରଭୁଙ୍କୁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଦିଆଯାଉଛି । ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଅଣସର ଗୃହରେ ଦଇତାପତିମାନେ ଏକ ବସ୍ତ୍ର ପରିଧାନ କରି ଏହି ଗୁପ୍ତ ଉପଚାର କରୁଛନ୍ତି ।  ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking