27.2 C
Bhubaneswar
Saturday, May 17, 2025
Homeଦେଶ ବିଦେଶଆଜି ହେଉଛି ଶେଷ ତାରିଖ: ଭାରତ ନଛାଡ଼ିଲେ ଭୋଗିବେ ଦଣ୍ଡ

ଆଜି ହେଉଛି ଶେଷ ତାରିଖ: ଭାରତ ନଛାଡ଼ିଲେ ଭୋଗିବେ ଦଣ୍ଡ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର । ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । ପୂର୍ବରୁ ସାର୍କ ଭିସାଧାରୀଙ୍କ ପାଇଁ ଏପ୍ରିଲ ୨୬ ତାରିଖ ଡେଡଲାଇନ୍ ଥିବା ବେଳେ ଆଜି ମେଡିକାଲ ଭିସାଧାରୀଙ୍କ ପାଇଁ ସମୟସୀମା ସରୁଛି । ଯେହେତୁ ଆଜି ଡେଡଲାଇନ୍ ସରୁଛି, ତେଣୁ ପାକିସ୍ତାନ ନାଗରିକ ଭାରତ ନଛାଡ଼ିଲେ ଭୋଗିବେ ଦଣ୍ଡ ।

ପାକିସ୍ତାନୀଙ୍କ ବିରୋଧରେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶ ନଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିପାରେ । ଏପଟେ ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କ ମଧ୍ୟରୁ ଜଣେ ଭାରତ ଛାଡ଼ିଥିବା ବେଳେ ବାକି ୧୧ ଜଣ କେବେ ଦେଶ ଛାଡ଼ିବେ, ସେ ନେଇ ପରବର୍ତ୍ତୀ ନିର୍ଦ୍ଦେଶାନାମ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୁଲିସ ଡିଜି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking