26.1 C
Bhubaneswar
Thursday, September 19, 2024
Homeଓଡିଶାଆଜି ପବିତ୍ର ବିଶ୍ୱକର୍ମା ପୂଜା

ଆଜି ପବିତ୍ର ବିଶ୍ୱକର୍ମା ପୂଜା

ଭୁବନେଶ୍ୱର : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୁରାଣ ଓ ଶାସ୍ତ୍ର ଅନୁସାରେ ବିଶ୍ୱକର୍ମା ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହୋଇଥିଲେ । ସେଥିପାଇଁ ଆଜିର ଦିନରେ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତିକୁ ଆବାହନ କରାଯାଏ । ବିଶେଷ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ତାଙ୍କର ପୂଜାର୍ଚ୍ଚନା ବେଶ ଧୁମଧାମରେ କରାଯାଇଥାଏ । ସାରା ରାଜ୍ୟ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି । ବନ୍ଦର ନଗରୀ ପାରାଦୀପ, ରାଉରକେଲା ଏବଂ ଅନୁଗୁଳରେ ଖାସ କରି ଅଧିକ ଉତ୍ସାହ ଦେଖିବାକୁ ମିଳୁଛି । ଚଳିତ ବର୍ଷ ପାରାଦୀପରେ ପ୍ରାୟ ୩୦ଟି ମଣ୍ଡପରେ ପ୍ରଭୁ ବିଶ୍ୱକର୍ମା ପୂଜା ପାଉଛନ୍ତି । ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ଝଲସୁଛି ପାରାଦ୍ୱୀପ । ସେହିଭଳି ଅନୁଗୁଳ ନାଲକୋନଗରରେ ଧୁମଧାମରେ ପାଳନ ହେଉଛି ଏହି ପୂଜା । ନାଲକୋରେ ୧୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ୱ ବିନ୍ଧାଣୀ । ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ ଆଦିରେ ବହୁ ଆଡ଼ମ୍ବରରେ ବିଶ୍ୱକର୍ମାଙ୍କୁ ଆବାହନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking