27.1 C
Bhubaneswar
Sunday, March 22, 2026
Homeଓଡିଶାଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ସାରା ରାଜ୍ୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ସାରା ରାଜ୍ୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ। ଭୋରୁ ଭୋରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀରେ ଶ୍ରଦ୍ଧାଳକୁମାନେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି। ଏହାଛଡ଼ା ଓଡ଼ିଶାର ସବୁ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କଦଳୀ ପାଟୁଆ, କାଗଜ, ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି ଲୋକେ।

ଲୋକେ ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଥିବା ପରିଲକ୍ଷିତ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭୋର ସମୟରୁ କଟକର ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପାରାଦୀପ ସମେତ କେତେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେଉଛି। କଟକରେ ସକାଳୁ ସକାଳୁ ଲୋକେ ଡଙ୍ଗା ଭସାଇବା ପରେ ଠୁଙ୍କା ପୁରୀ ଖାଉଥିବାର ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking