30.1 C
Bhubaneswar
Saturday, March 21, 2026
Homeଓଡିଶାଆଜି ପବିତ୍ର ହେରା ପଞ୍ଚମୀ

ଆଜି ପବିତ୍ର ହେରା ପଞ୍ଚମୀ

ପୁରୀ : ଆଜି ହେରା ପଞ୍ଚମୀ। ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ। କାଳିଆ ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ମା’ ଅଭିମାନ କରିଛନ୍ତି। ସେହିପରି ୯ ଦିନର ଯାତ୍ରା ନ ସରିବା ପର୍ୟ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମା’ଲକ୍ଷ୍ମୀଙ୍କୁ କହିଥାନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ପରମ୍ପରା ମୁତାବକ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରାଗ ସୁଝାଇବେ। ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ। ହେରାପଞ୍ଚମୀ ନୀତିପରେ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking