31.1 C
Bhubaneswar
Friday, March 27, 2026
Homeଓଡିଶାଆଜି ପବିତ୍ର ଶ୍ରୀରାମନବମୀ

ଆଜି ପବିତ୍ର ଶ୍ରୀରାମନବମୀ

ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜୟନ୍ତୀ । ଏହି ଅବସରରେ ଶ୍ରୀରାମଙ୍କର ଜନ୍ମଭୂଇଁ ଅଯୋଧ୍ୟାରେ ବ୍ୟାପକ ଭବ୍ୟ ଆୟୋଜନ କରାଯାଇଛି । ଅଯୋଧ୍ୟା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଠିକ ୧୨ଟାରେ କରାବ । ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କର ସୂର୍ଯ୍ୟ ତିଳକ କରାଯିବ । ମନ୍ଦିର ଚାରିପାଶ୍ୱର୍ ଶ୍ରୀମନ୍ଦିର ନାରା । ଭକ୍ତିମୟ ପରିବେଶରେ ଭାବବିହ୍ୱଳ ଭକ୍ତ । ରାମନବମୀକୁ ନେଇ ସାରା ଦେଶ ଉତ୍ସବମୁଖର । ଅନ୍ୟପଟେ ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର ସହର ପୋଲିସ ଛାଉଣୀରେ ପରିଣତ ହୋଇଛି। ବିଭିନ୍ନ ସମ୍ୱେଦନଶୀଳ ସ୍ଥାନମାନଙ୍କରେ ପୋଲିସ ଓ ମୁତୟନ କରାଯାଇଛି। ଏପରିକି ବିଭିନ୍ନ ଦୋକାନ ଓ ସନ୍ଧିଗ୍ଧ ସ୍ଥାନରେ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରାଯାଇଛି। ଶୋଭାଯାତ୍ରାରେ ୧ହଜାରରୁ ଊର୍ଦ୍ଧ୍ୱ କଳାକାର ସାମିଲ ହେବେ। ଏଥିପାଇଁ ସମ୍ୱଲପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking