ବଲାଙ୍ଗୀର: ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ପରମ୍ପରା ଆଗରେ ହାର ମାନିଲା ଆଧୁନିକ ସଭ୍ୟତା । ଆଧୁନିକ ସଂସ୍କୃତି ପରମ୍ପରା ବନାମ ବିଶ୍ୱାସ ବଳରେ ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଚାରିପଟେ ପାହାଡର ମଝିରେ ଥିବା ଜଙ୍ଗଲର ମହା ଖଳାରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ପାରମ୍ପରିକ ଆଦିବାସୀ ରୀତିନୀତି ସକାଳ ୪ଟାରେ ଆରମ୍ଭ ହୋଇଥିଲା । ଏବଂ ମୁଖ୍ୟ ପୂଜକ ବଡ ଖଳାରେ ସ୍ନାନ କରିବା ପରେ ଉତ୍ସବ ଆରମ୍ଭ କରିଥିଲେ । ପବିତ୍ର ‘ନିଶି ପୂଜା’ ବିଧି ପରେ ମଙ୍ଗଳବାର ସକାଳେ ବଳି ଦିଆଯାଇଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସଜ୍ଜିତ ଆଦିବାସୀମାନଙ୍କର ଏକ ବିଶାଳ ଭିଡ ଶୋଭାଯାତ୍ରାରେ ବାହାରି ଉତ୍ସବ ସ୍ଥଳରେ ଶେଷ ହୋଇଥିଲା । ମୁଖ୍ୟ ପୁରୋହିତ ବଳି ଦେବା ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ପୁରୋହିତ ପ୍ରଥମେ ବଳି ଦେଇଥିଲେ । ତାପରେ ଅନ୍ୟମାନେ ବଳି ଦେବା ଆରମ୍ଭ କରିଥିଲେ । ଏହି ମହୋତ୍ସବ ୬ଟି ମୁଖ୍ୟ ସ୍ଥାନରେ ଅନୁଷ୍ଠିତ ହେଉଛି । ପଡୋଶୀ ରାଜ୍ୟରୁ ଆସି ଏହି ମହୋତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଭିଡ ଜମାଇଥାନ୍ତି । ସୁରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ, ୩ ମାଜିଷ୍ଟ୍ରେଟ, ୨୫ ଅପିସର ଏକ ଓଡ୍ରାଫ ଟିମ, ଟ୍ରାଫିକ ପୁଲିସ, ଡିଏସପି ଏବଂ ଅତିରିକ୍ତ ଏସପି ନିୟୋଜିତ ଅଛନ୍ତି ।










