21.1 C
Bhubaneswar
Monday, December 8, 2025
Homeଓଡିଶାଆଜି ମହାପ୍ରଭୁଙ୍କ ଅଣସର ତ୍ରୟୋଦଶୀ ତିଥି 

ଆଜି ମହାପ୍ରଭୁଙ୍କ ଅଣସର ତ୍ରୟୋଦଶୀ ତିଥି 

ପୁରୀ: ଆଜି ମହାପ୍ରଭୁଙ୍କ  ଅଣସର  ତ୍ରୟୋଦଶୀ ତିଥି  । ଏହି ଅବସରରେ   ମହାପ୍ରଭୁଙ୍କୁ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ ।  ଅଣସର ତ୍ରୟୋଦଶୀରେ ଘଣା ଲାଗି  ଓ ଶ୍ରୀପୟର ମୁଦ ଉପଲକ୍ଷେ  ପାଟଡୋର , ଖଳି ପ୍ରସାଦ ଓ ଖଡି ପ୍ରସାଦ  ଲାଗି ହେବ ।  ଅଣସର ଗୃହରେ  ସମ୍ପୁଣ୍ଣ   ଗୋପନୀୟ ଭାବେ  ଶ୍ରୀଜିଉମାନଙ୍କୁ ଘଣା ଲାଗି  ପରେ ଖଳି ଲାଗି ଓ ତତ୍ପରେ ଖଡି ଲାଗି ହେବ । ଅଣସର  ଗୃହରେ ସମ୍ପୁଣ୍ଣ ଗୋପନୀୟ ଭାବେ  ଶ୍ରୀଜିଉଙ୍କୁ ଘଣାଲାଗି ପରେ ଖଳି ଲାଗି  ଓ ତତ୍ପରେ ଖଡି ଲାଗି ହେବ ।  ଆଜି ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ  ପ୍ରଲେପକୁ  ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ  ଲାଗି କରିବେ । ଭିତର ଖଳି ଲାଗି ପୂର୍ୱରୁ ପ୍ରଭୁଙ୍କ ଘଣା  ଲାଗି ଗୋପନ ନୀତି ସମ୍ପନ୍ନ  ହେବ । ଏଥିପୂର୍ୱରୁ ବିଗ୍ରହଙ୍କୁ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking