ପୁରୀ : ଆଜି ପବିତ୍ର ଶାମ୍ବ ଦଶମୀ । ଘରେ ଘରେ କରୁଛନ୍ତି ସୂଯ୍ୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅର୍କ କ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁ ଓ ପଯ୍ୟଟକ ସୂଯ୍ୟୋଦୟ ଦର୍ଶନ କରୁଛନ୍ତି । ଏହାକୁ ଦେଖିବା ପାଇଁ ପଯ୍ୟଟକଙ୍କ ସୁଅ ଛୁଟୁଛି । ପୌରାଣିକ କଥା ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂଯ୍ୟ ଉପାସନା କରିଥିଲେ ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂଯ୍ୟଙ୍କୁ ପୁଜା କରି ବ୍ୟାଧି ମୁକ୍ତ ହୋଇଥିଲେ ।