ସମ୍ବଲପୁର: ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ପୋଷାକ ପିନ୍ଧି , ନାଚି ଗାଇ ଉତ୍ସବ ପାଳନ କରିବେ ପଶ୍ଚିମ ଓଡିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟାନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର ଲକ୍ଷ୍ୟ ।










