20.1 C
Bhubaneswar
Sunday, December 21, 2025
Homeଓଡିଶାଆଜି ଆନ୍ତର୍ଜାତିକ ମହିଳା ଦିବସ

ଆଜି ଆନ୍ତର୍ଜାତିକ ମହିଳା ଦିବସ

ଭୁବନେଶ୍ବର: ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହା କେବଳ ଗୋଟିଏ ଦିବସ ନୁହେଁ ବରଂ ମହିଳାଙ୍କ ସଂଘର୍ଷ, ସ୍ଵାଧୀନତା ଆନ୍ଦୋଳନ, ଅଧିକାର ଏବଂ ସଫଳତା ଉପରେ ଆଲୋକପାତ କରିବାର ଦିନ। ଯଦ୍ୱାରା ସମସ୍ତ ମହିଳା ପ୍ରେରିତ ହୋଇ ଆଗକୁ ବଢିପାରିବେ ଏବଂ ନିଜର କ୍ଷମତାକୁ ପୂରଣ କରିପାରିବେ ।

ନାରୀ ଦୂର୍ବଳ ନୁହେଁ ନାରୀ ହେଉଛି ସକଳ ଶକ୍ତିର ଅଧିକାରିଣୀ। ନାରୀ ହେଉଛି ଶକ୍ତିର ଉତ୍ସ, ସୃଜନର ଉପଜ, ଏବଂ ସଂସାରକୁ ଆଲୋକିତ କରିବାର ଏକ ଅଦମ୍ୟ ଶକ୍ତି। ସେମାନେ କେବଳ ଘର ପରିଚାଳନା କରିବାରେ ନୁହେଁ, ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଅଗଣିତ ମହିଳାଙ୍କ ସମର୍ପଣ, ସଂଘର୍ଷ ଏବଂ ବିଜୟର ସାକ୍ଷୀ। ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପଦର୍ଶକ ଅଟେ ମହିଳା| ହାଣ୍ଡିଶାଳର ଦାୟିତ୍ୱ ତୁଲାଇ ସେ ବି ନେଇପାରେ ସମାଜର ନେତୃତ୍ୱ। ସ୍ବାଭିମାନୀ ଆଉ ସ୍ୱାବଲମ୍ବୀ ହେଇ ସେ ବି ଗଢ଼ି ଚାଲିଛି ନିତିଦିନିଆ ଜୀବନର ସମସ୍ତ ଆବଶ୍ୟକତା। ତା’ରି ପାଖରେ ରହିଛି ସବୁକିଛି ଗଢ଼ି ତୋଳିବାର ଅୟୁତ ସମ୍ଭାବନା। ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ ।

ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ । ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି ନାରୀ । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କିମ୍ୱା କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ଦିଗରେ ଆଜି ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।ଦିନ ଥିଲା ନାରୀର ସ୍ଥାନ କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ଥିଲା । ଘରର ବନ୍ଧ ଡେଇଁବା ତା ପାଇଁ ଯେମିତି ପାପ ଥିଲା । କିନ୍ତୁ ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ତାର ପାରଦର୍ଶିତା ଦେଖାଇଛି । ଘର କରଣା ସହ ଆକାଶରେ ଉଡିବାର ସ୍ବପ୍ନକୁ ପୂରଣ କରିଛି । କାହାର ସାହାର ନୂହଁ ବରଂ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ । ବର୍ତ୍ତମାନ ପୁଅଙ୍କଠୁ ଦୁଇ ପାଦ ଆଗରେ ମହିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking