29.1 C
Bhubaneswar
Sunday, March 16, 2025
Homeଓଡିଶାଆଜି ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ଉତ୍ସବ ମୁଖର

ଆଜି ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ଉତ୍ସବ ମୁଖର

ଭୁବନେଶ୍ୱର : ଆଜି ହେଉଛି ହୋଲି । ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ । ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି । ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳେ । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି । ଆଜି ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ । ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ । ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking