28.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଆଜି ବାୟୁସେନା ଦିବସ

ଆଜି ବାୟୁସେନା ଦିବସ

ନୂଆଦିଲ୍ଲୀ : ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ଏହି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଅକ୍ଟୋବର ୮ ତାରିଖକୁ ଆମ ଦେଶରେ ‘ଭାରତୀୟ ବାୟୁସେନା ଦିବସ’ ଭାବେ ପାଳନ କରାଯାଉଛି । ଆକାଶ ମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବଳିଷ୍ଠ ଯୋଗଦାନ ରହିଛି। ବାୟୁସେନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଭିନ୍ନ ଅଙ୍ଗ। ବାୟୁସେନାର ଯବାନମାନେ ଆମକୁ ସୁରକ୍ଷା ଦେବା ପାଇଁ ସର୍ବଦା ତତ୍ପର ରହିଥାଏ । ତେଣୁ ସେହି ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୮ ଅକ୍ଟୋବର କୁ ଭାରତୀୟ ବାୟୁସେନା ଦିବସ ରୂପରେ ପାଳନ କରାଯାଇଥାଏ।ତେବେ ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା, ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ପ୍ରତିବର୍ଷ ବାୟୁସେନା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ୟାରେଡ୍‌ ଓ ଭବ୍ୟ ଏୟାର ଶୋ’ର ଆୟୋଜନ କରାଯାଇଥାଏ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking