ଭୁବନେଶ୍ୱର: ଆଳୁ ଦରକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ , ଦେବାକୁ ମନା କଲେ , ଏବେ ପୁଣି ରାଜି ହେଲେ । ଏବେ ବଜାର ସ୍ୱାଭାବିକ , ଆହୁରି କମିବ ଆଳୁ ଦର । ଏଇ କିଛି ଦିନ ହେବ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟରେ ରାଜନୀତି ଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କରିଦେବା ପରେ ଏହି ସମସ୍ୟା ଦେଖାଦେଇଥିଲା ଏବେ ପୁଣି ଆଳୁ ଦେବାକୁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି , ପରିପେକ୍ଷୀରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଜାଣିଶୁଣି ଏମିତି କରାଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ତେବେ ଆଳୁ ଦର କିଲୋ ପିଛା ୫ ଟଙ୍କା କମିଛି ଆଳୁ କିଲୋ ୨୮ ଟଙ୍କା ରହିଛି, ଖୁଚୁରା ଦୋକାନୀ ୩୫ ଟଙ୍କା ରେ ବିକ୍ରି କରୁଛନ୍ତି ତେବେ , ଉତ୍ତରପ୍ରଦେଶ ରୁ ୩୫ ଟନ ଆଳୁ ଆସିଛି ।










