25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦାବି; ଭିନେଶଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟସଭା ଆସନ ମିଳିବା...

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦାବି; ଭିନେଶଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟସଭା ଆସନ ମିଳିବା ଉଚିତ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ୍ ପ୍ରତିଯୋଗିତାରୁ ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ର ହୋଇଥିବା ନେଇ ବିରୋଧୀ ଦଳ ଆଶଙ୍କା ପ୍ରକଟ କରିଛନ୍ତି। ଏସବୁ ବାଦବିବାଦ ମଧ୍ୟରେ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ଭିନେଶଙ୍କୁ ଭରତ ରତ୍ନ କିମ୍ବା ରାଜ୍ୟସଭା ଆସନ ଦେବାକୁ ଦାବି କରିଛନ୍ତି। କେବଳ ଅଭିଷେକ ଏକାକୀ ନୁହଁନ୍ତି, ସଂସଦରେ ଅନ୍ୟ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ପ୍ରକାଶ, ଅଲିମ୍ପିକ୍ସରୁ ଅଧିକ ଓଜନ ଅଭିଯୋଗରେ ବାଦ୍ ପଡ଼ିବା ପରେ ଭିନେଶ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଅନ୍ୟପକ୍ଷେ ଆଇଓଏ ସଭାପତି ପି.ଟି ଉଷା କହିଛନ୍ତି ଭାରତ ରେସଲିଂ ଫେଡେରେସନ୍ (ଆଇଡବ୍ଲ୍ୟୁଏଫ୍‌) ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ରେ ଅଧିକ ଓଜନ ଯୋଗୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିବାର ପୁନର୍ବିଚାର କରିବାକୁ ଆବେଦନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking