18.1 C
Bhubaneswar
Wednesday, February 4, 2026
Homeଓଡିଶାତିରୁପତି ଲଡୁ ବିବାଦ: ମନ୍ଦିର ପ୍ରଶାସନ ପକ୍ଷରୁ ଶୁଦ୍ଧିକରଣ ପ୍ରକ୍ରିୟା; ମହାଶନି ହୋମ କଲା ଟିଟିଡି

ତିରୁପତି ଲଡୁ ବିବାଦ: ମନ୍ଦିର ପ୍ରଶାସନ ପକ୍ଷରୁ ଶୁଦ୍ଧିକରଣ ପ୍ରକ୍ରିୟା; ମହାଶନି ହୋମ କଲା ଟିଟିଡି

ଅମରାବତୀ : ତିରୁପତି ଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ‘ଲଡୁ’ରେ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି, ମାଛ ତେଲ ଭଳି ଆମିଷ ପଦାର୍ଥର ଅପମିଶ୍ରଣକୁ ନେଇ ଉଠିଥିବା ବିବାଦ ମଧ୍ୟରେ ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ମହାଶାନ୍ତି ହୋମ ଯଜ୍ଞ କରାଯାଇଛି। ଦେଶବ୍ୟାପୀ ଅସନ୍ତୋଷ ଜାରି ରହିଥିବା ବେଳେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ଏପ୍ରକାର ଏକ ବଡ଼ ଯଜ୍ଞ କରାଯାଇ ମନ୍ଦିରକୁ ଶୁଦ୍ଧ କରାଯାଇଛି।
ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍‌) ଏହି ମହାଶାନ୍ତି ହୋମ ଆୟୋଜନ କରିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଇଛି।
ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କେବଳ ସେହି ଲୋକମାନେ ମନ୍ଦିରର ପରିଚାଳନା କମିଟିରେ ରହିବେ, ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି। ଏହା ବ୍ୟତୀତ ସମସ୍ତ ମନ୍ଦିର ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯିବ, ଯାହାକୁ ସମସ୍ତ ମନ୍ଦିର ବାଧ୍ୟତାମୂଳକ ଭାବେ ପାଳନ କରିବେ।
ଏସବୁ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁୂ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱାଇଏସ୍‌ଆର କଂଗ୍ରେସ ସରକାର ସମୟରେ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା କମ୍ପାନୀକୁ ଏସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking