17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶସୁପ୍ରିମକୋର୍ଟରେ ତିରୁପତି ଲଡୁ ବିବାଦର ଶୁଣାଣି; ନୂଆ ଏସ୍‌ଆଇଟି ଟିମ୍ ଗଠନ ସହ ତଦନ୍ତ ନିର୍ଦ୍ଦେଶ

ସୁପ୍ରିମକୋର୍ଟରେ ତିରୁପତି ଲଡୁ ବିବାଦର ଶୁଣାଣି; ନୂଆ ଏସ୍‌ଆଇଟି ଟିମ୍ ଗଠନ ସହ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ ତଦନ୍ତ ପାଇଁ ଏକ ନୂଆ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ବଦଳରେ ଏକ ନୂଆ ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି ଟିମ୍‌ରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ୨ ପୁଲିସ ଅଧିକାରୀ, ସିବିଆଇ ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ୨ ସିବିଆଇ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ତଥା ମାନକ ପ୍ରାଧୀକରଣ (ଏଫ୍‌ଏସ୍‌ଏସ୍‌ଏଆଇ)ର ଜଣେ ସଦସ୍ୟ ରହିବେ। ଏହାସହିତ ସୁପ୍ରିମକୋର୍ଟ କହିଛନ୍ତି ଏହି ଏସ୍‌ଆଇଟି ତଦନ୍ତକୁ ସିବିଆଇ ନିର୍ଦ୍ଦେଶକ ଅନୁଧ୍ୟାନ କରିବେ।
ପ୍ରକାଶ, ତିରୁପତି ଲଡୁ ବିବାଦ ମାମଲାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତ ୨୬ ତାରିଖରେ ଏକ ଏସ୍‌ଆଇଟି ଗଠନ କରାଯାଇଥିଲା। କିନ୍ତୁ ୨ ଦିନ ପୂର୍ବେ ଏହି ଏସ୍‌ଆଇଟି ତଦନ୍ତକୁ ତିନିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ଗଠନ ତଥା ତଦନ୍ତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ କିଛି ମତମନ୍ତବ୍ୟ ତଥା ଟିପ୍ପଣୀ କରିଥିଲେ ଯାହାକୁ ସୁପ୍ରିମକୋର୍ଟ କଡା ଶବ୍ଦରେ ନିନ୍ଦା କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ଟିପ୍ପଣୀ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଆର ଗଭାଇ ଏବଂ କେ.ଭି ବିଶ୍ୱନାଥନଙ୍କ ୨ ଜଣିଆ ଖଣ୍ଡପୀଠ ପୂର୍ବ ଶୁଣାଣିରେ କହିଥିଲେ। ଏପରିକି ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଅପିଲ୍ କରିଥିଲେ ସର୍ବୋଚ୍ଚ ଅଦାଲତ। ତେବେ ଏହାପରେ ଆକସ୍ମିକ ଭାବେ ଆନ୍ଧ୍ର ସରକାର ଏସ୍‌ଆଇଟି ତଦନ୍ତ ପ୍ରକ୍ରିୟା ଉପରେ ୩ ଦିନିଆ (ସୁପ୍ରିମକୋର୍ଟଙ୍କ ଆଜିର ଶୁଣାଣି ପର୍ଯ୍ୟନ୍ତ) ସ୍ଥଗିତାଦେଶ ଲାଗୁ କରିଦେଇଥିଲେ।
ଏବେ କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଗଠିତ ନୂଆ ଏସ୍‌ଆଇଟି ତଦନ୍ତ କରିବା ସ୍ପଷ୍ଟ ହୋଇଯାଇଛି। ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କହିଛନ୍ତି, ଏ ପ୍ରସଙ୍ଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସର, ତେଣୁ ଏ ଉପରେ ରାଜନୈତିକ ଡ୍ରାମା ହେବା ଉଚିତ୍ ନୁହେଁ। ତେଣୁ ଅଭିଯୋଗ ଏବଂ ପ୍ରତି-ଅଭିଯୋଗ ଭିତରକୁ ନ ଯାଇ, ନିରପକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking