24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶତିରୁପତି ମନ୍ଦିରରେ ମହାଶାନ୍ତି ହୋମ ଆୟୋଜନ କଲା ତିରୁମାଲା ତିରୁପତି ଦେବସ୍ଥାନମ୍

ତିରୁପତି ମନ୍ଦିରରେ ମହାଶାନ୍ତି ହୋମ ଆୟୋଜନ କଲା ତିରୁମାଲା ତିରୁପତି ଦେବସ୍ଥାନମ୍

ନୂଆଦିଲ୍ଲୀ : ତିରୁପତି ମନ୍ଦିର ପ୍ରସାଦକୁ ନେଇ ଲାଗି ରହିଛି ବିବାଦ। ଏହି ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ତେବେ ଏହାରି ଭିତରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍‌। ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ଏହି ମହାଶାନ୍ତି ହୋମ ଆୟୋଜନ କରିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି। ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କେବଳ ସେହି ଲୋକମାନେ ମନ୍ଦିରର ପରିଚାଳନା କମିଟିରେ ରହିବେ, ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି। ଏହା ବ୍ୟତୀତ ସମସ୍ତ ମନ୍ଦିର ପାଇଁ ଏସଓପି ପ୍ରସ୍ତୁତ କରାଯିବ, ଯାହାକୁ ସମସ୍ତ ମନ୍ଦିର ବାଧ୍ୟତାମୂଳକ ଭାବେ ପାଳନ କରିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking