25.1 C
Bhubaneswar
Saturday, December 6, 2025
Homeଓଡିଶାଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର: ୨ ମୃତ

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର: ୨ ମୃତ

ରାୟଗଡା: ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ଜଣେ ଗୁରୁତର ଅଛନ୍ତି ।  ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ  ଭାଲେରୀ କୁଡିଆ ଗାଁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ରାମନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗାଁର ଅର୍ଜୁନଗୁଡା  ଗାଁର  ଅଲିକ୍ଷ ପାତିକା ଓ ଅଜୟ ପାଲକା । ସୂଚନା ଅନୁସାରେ ଆଜି ଭୋର ସକାଳୁ ଟିପ୍ପରଟି  ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା ।  ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ  ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଗୁରୁତର ଅବସ୍ଥାରେ ଗାଡି ଚାଳକଙ୍କୁ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking