30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶରିଲ୍ସ କରିବା ହେଲା କାଳ ; ଇନଫ୍ଲୁଏନ୍ସଙ୍କ ଚାଲିଗଲା ଜୀବନ

ରିଲ୍ସ କରିବା ହେଲା କାଳ ; ଇନଫ୍ଲୁଏନ୍ସଙ୍କ ଚାଲିଗଲା ଜୀବନ

ମହାରାଷ୍ଟ୍ର : ରିଲ୍ସ କରିବା ହେଲା କାଳ। ଜଣେ ସୋଶାଲ ମିଡିଆ ଇନଫ୍ଲୁଏନ୍ସର ୩୦୦ ଫୁଟ ଗଭୀର ଜଳପ୍ରପାତରେ ପଡ଼ି ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏଭଳି ଅଘଟଣ।ସୂଚନା ଅନୁସାରେ, ଇନଷ୍ଟାଗ୍ରାମ ଟ୍ରାଭେଲ ଇନଫ୍ଲୁଏନ୍ସର ଆନଭି କାମଦାର ଜୁଲାଇ ୧୬ରେ ସାଙ୍ଗମାନଙ୍କ ସହ କୁମ୍ଭେ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ସେ ଭିଡିଓ ଶୁଟ୍ ପାଇଁ ଜଳପ୍ରପାତ ନିକଟକୁ ଯାଇଥିଲେ। ସୁଉଚ୍ଚ ପାହାଡ଼ ଉପରୁ ଭିଡିଓ ଶୁଟ୍ କରିବା ସମୟରେ ଅସାବଧାନତା କାରଣରୁ ୩୦୦ ଫୁଟ୍ ଖାଇରେ ପଡ଼ି ଯାଇଥିଲେ ଆନଭି। ଏନେଇ ଖବର ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ସେଠାକୁ ଉଦ୍ଧାରକାରୀ ଟିମ୍ ପଠାଇଥିଲେ। ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ଆନଭିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆନଭି ବୃତ୍ତିରେ ଜଣେ ଚାଟାଡ ଆକାଉଣ୍ଟାଣ୍ଟ। ଆଇଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ କାମ କରୁଥିଲେ। ଏଥିସହ ସୋଶାଲ ମିଡିଆରେ ଟ୍ରାଭେଲ ଇନଫ୍ଲୁଏନ୍ସର ଭାବେ ମଧ୍ୟ ପରିଚିତ ଥିଲେ। ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଇନଷ୍ଟାଗ୍ରାମରେ ରିଲ୍ସ ଶେଆର୍ କରିଥାନ୍ତି। ତେବେ ଏହି ଘଟଣା ପରେ ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ପୁଲିସ ଓ ତହସିଲଦାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking