21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାର ସମୟ ଆସିଯାଇଛି : ଟ୍ରମ୍ପ

ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାର ସମୟ ଆସିଯାଇଛି : ଟ୍ରମ୍ପ

ୱାଶିଂଟନ:ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଏକ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛନ୍ତି । ଏ ସମ୍ପର୍କରେ ଜେଲେନସ୍କି ତାଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଏକ ଚୁକ୍ତିନାମା ପାଇଁ ଆଲୋଚନା ଟେବୁଲକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି । ଚିଠିରେ ଜେଲେନ୍ସକି କହିଛନ୍ତି ଯେ ତାଙ୍କ ଦଳ ଟ୍ରମ୍ପଙ୍କ ନେତୃତ୍ୱରେ କାମ କରିବାକୁ ପ୍ରସ୍ତୁତ ଏବଂ ରୁଷ ମଧ୍ୟ ଶାନ୍ତି ଆଲୋଚନା ପାଇଁ ରାଜି ।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରତି ସପ୍ତାହରେ ଉଭୟ ପକ୍ଷର ୨୦୦୦ରୁ ଅଧିକ ଲୋକ ନିହତ ହେଉଛନ୍ତି । ଏବେ ଏହି ମୃତ୍ୟୁର ଖେଳ ବନ୍ଦ କରିବାକୁ ଚାହୁଁଛି । ଟ୍ରମ୍ପ କହିଛନ୍ତି ଯେ ଏବେ ଏହି ଯୁଦ୍ଧ ଶେଷ କରିବାର ସମୟ ଆସିଯାଇଛି । ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଆହତ ଏବଂ ନିହତ ହୋଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ସେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ପାଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ କିଭ ଯଥାଶୀଘ୍ର ଆଲୋଚନା ଟେବୁଲକୁ ଆସିବାକୁ ପ୍ରସ୍ତୁତ । ଜେଲେନ୍ସକି କହିଛନ୍ତି ଯେ ତାଙ୍କ ଦଳ ସ୍ଥାୟୀ ଶାନ୍ତି ପାଇଁ ଟ୍ରମ୍ପଙ୍କ ନେତୃତ୍ୱରେ କାମ କରିବାକୁ ପ୍ରସ୍ତୁତ । ୟୁକ୍ରେନର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତା ବଜାୟ ରଖିବା ପାଇଁ ଆମେରିକା ବହୁତ କିଛି କରିଛି ବୋଲି ସେ ପ୍ରଶଂସା କରିଛନ୍ତି । ୟୁକ୍ରେନ ଯେକୌଣସି ସମୟରେ ଖଣିଜ ପଦାର୍ଥ ଏବଂ ସୁରକ୍ଷା ଉପରେ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ।

ଫେବୃଆରୀ ୨୮ ତାରିଖରେ ହ୍ୱାଇଟ୍ ହାଉସରେ ଟ୍ରମ୍ପ ଏବଂ ଜେଲେନ୍ସକିଙ୍କ ମଧ୍ୟରେ ଯୁଦ୍ଧ କୁ ନେଇ ବହୁତ ତିକ୍ତତା ହୋଇଥିଲା। ଯାହା ପରେ ଟ୍ରମ୍ପ ୟୁକ୍ରେନକୁ ଦିଆଯାଉଥିବା ସାମରିକ ସାମଗ୍ରୀ ସହାୟତା ବନ୍ଦ କରିଦେଇଥିଲେ । ଟ୍ରମ୍ପଙ୍କ ପଦକ୍ଷେପ ପରେ, ରୁଷ ସହିତ ଶାନ୍ତି ଆଲୋଚନା କରିବା ପାଇଁ କିଭ ଉପରେ ଚାପ ଆହୁରି ବୃଦ୍ଧି ପାଇଲା । ଟ୍ରମ୍ପ ସାମରିକ ସହାୟତା ବନ୍ଦ କରିବା ପରେ, ସେମାନେ ଆମେରିକାରୁ କୋଟି କୋଟି ଡଲାର ମୂଲ୍ୟର ସାମରିକ ଯାନ, ଗୋଳାବାରୁଦ, ରାଡାର ଏବଂ କ୍ଷେପଣାସ୍ତ୍ର ପାଇପାରିବେ ନାହିଁ । ଟ୍ରମ୍ପ କହିଛନ୍ତି ଯେ ଏବେ ଯୁଦ୍ଧ ଶେଷ କରିବାର ସମୟ ଆସିଯାଇଛି ।  ଜେଲେନସ୍କି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking