16.1 C
Bhubaneswar
Thursday, February 5, 2026
Homeଓଡିଶା‘ସମୟ ମଗାଯାଇଛି, ଦାବି ପୂରଣ ହେବ’

‘ସମୟ ମଗାଯାଇଛି, ଦାବି ପୂରଣ ହେବ’

ଭୁବନେଶ୍ୱର: ମିଲର୍ସମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗର ସୂଚନା । ସୂଚନା ଦେଇ ବିଭାଗ କହିଛି ଯେ ଗତକାଲି ମନ୍ତ୍ରୀଙ୍କ ସହ ମିଲର୍ସଙ୍କର ଆଲୋଚନା ହୋଇଥିଲା । ମିଲର୍ସଙ୍କ ଦାବି ପୂରଣ ନେଇ ବିଭାଗ ସଚେତନ ଅଛି । ମିଲର୍ସଙ୍କୁ ସମୟ ମଗାଯାଇଛି, ଦାବି ପୂରଣ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହେବ ବିଭାଗ ତତ୍ପର ଅଛି । ଅନ୍ୟପଟେ ସରକାରଙ୍କ ସହ ମିଲର୍ସ ଆସୋସିଏସନ୍‌ର ବୈଠକ ବିଫଳ ହୋଇଛି । ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ଏନେଇ ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ । ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମ୍‌ଡିଙ୍କ ସହ ବୈଠକ ବସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking