30.1 C
Bhubaneswar
Sunday, February 8, 2026
Homeଖେଳହ୍ୟାଟ୍ରିକ୍ ଟି-୨୦ ଶତକରେ ତିଳକ ପ୍ରଥମ

ହ୍ୟାଟ୍ରିକ୍ ଟି-୨୦ ଶତକରେ ତିଳକ ପ୍ରଥମ

ରାଜକୋଟ: ଭାରତୀୟ ବ୍ୟାଟର୍ ତିଳକ ବର୍ମା ଟି-୨୦ କ୍ରିକେଟ୍‌ର ଲଗାତାର ତିନି ଇନିଂସ୍‌ରେ ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ରାଜକୋଟରେ ଶନିବାର ଖେଳାଯାଇଥିବା ଚଳିତ ସୟଦ୍ ମୁସ୍ତାକ ଅଲୀ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ସେ ମେଘାଳୟ ବିପକ୍ଷରେ ହାଇଦ୍ରାବାଦ ପକ୍ଷରୁ ୬୭ ବଲ୍‌ରେ ୧୫୧ ରନ୍ ସଂଗ୍ରହ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ସାଉଥ୍ ଆଫ୍ରିକା ବିପକ୍ଷ ତୃତୀୟ ଓ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଲଗାତାର ଦୁଇଟି ଶତକ ହାସଲ କରିଥିଲେ। ସେଞ୍ଚୁରିଅନ୍‌ରେ ଅପରାଜିତ ୧୦୭ ଏବଂ ଜୋହାନ୍ସବର୍ଗରେ ଅପରାଜିତ ୧୨୦ ରନ୍‌ର ଇନିଂସ୍ ଖେଳିଥିଲେ। ସେହିପରି ଟି-୨୦ କ୍ରିକେଟ୍‌ରେ ୧୫୦ରୁ ଊର୍ଦ୍ଧ୍ୱ ରନ୍ ସ୍କୋର୍ କରିବାରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ କିରଣ ନଭଗିରେ ୨୦୨୨ ସିନିୟର ମହିଳା ଟି-୨୦ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୬୨ ରନ୍ କରିଥିଲେ। ନଭଗିରେ ଏବେ ମହାରାଷ୍ଟ୍ର ପକ୍ଷରୁ ଖେଳୁଛନ୍ତି। ତିଳକ ମେଘାଳୟ ବିପକ୍ଷରେ ନଂ.୩ରେ ବ୍ୟାଟିଂ କରି ୨୨୫.୩୭ ଷ୍ଟ୍ରାଇକ୍ ରେଟ୍‌ରେ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ୍‌ରେ ୧୪ ଚୌକା ଓ ୧୦ ଛକା ସାମିଲ। ସେ ୧୮ ବଲ୍‌ରେ ୬ ଚୌକା ଓ ୩ ଛକା ସହାୟତାରେ ୫୦ ରନ୍ ପୂରଣ କରିଥିଲେ। ଏହା ବ୍ୟତୀତ ଦ୍ୱିତୀୟ ୱିକେଟ୍ ପାଇଁ ସେ ୪୮ ବଲ୍‌ରେ ୧୨୨ ରନ୍ ଯୋଡ଼ିଥିଲେ। ତାଙ୍କର ଏହି ଶତକୀୟ ଇନିଂସ୍ ବଳରେ ହାଇଦ୍ରାବାଦ ୪ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା। ଏହା ସୟଦ୍ ମୁସ୍ତାକ ଅଲୀ ଟ୍ରଫିରେ ହାଇଦ୍ରାବାଦର ସର୍ବୋଚ୍ଚ ସ୍କୋର। ସେହିପରି ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ପଞ୍ଚମ ବୃହତ୍ ସ୍କୋର୍‌। ଜବାବରେ ମେଘାଳୟ ୬୯ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ହାଇଦ୍ରାବାଦ ୧୭୯ ରନ୍‌ରେ ବିଜୟୀ ହୋଇଛି। ଟିମ୍ ପକ୍ଷରୁ ଅନିକେତ ରେଡ୍ଡୀ ୪ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking