26.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶଆମେରିକାରେ ଟିକଟକ୍ ବ୍ୟାନ

ଆମେରିକାରେ ଟିକଟକ୍ ବ୍ୟାନ

ୱାଶିଂଗଟନ: ଭାରତ ପରେ ଏବେ ଆମେରିକାରେ ମଧ୍ୟ ଟିକଟକ୍ ବ୍ୟାନ ହେବ । ଚୀନ୍ କମ୍ପାନୀ ବାଇଟ୍ ଡ୍ୟାନ୍ସର ମାଲିକାନାରେ ଥିବା ଭିଡିଓ ଆପ୍ ଟିକଟକ୍ ଏବେ ଆମେରିକାରେ ମଧ୍ୟ ହେବାକୁ ଯାଉଛି । ଆଜିଠାରୁ ଏହି ନିଷେଧାଦେଶ ଲାଗୁ ହେବ । ଟିକଟକ୍ ରେ ସବୁଠାରୁ ବଡ ଅଭିଯୋଗ ହେଉଛି ଡାଟା ଚୋରି । ଡିଜିଟାଲ ଯୁଗରେ ଡାଟା ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟିଛି । ଅନେକ ଦେଶ ବିଶ୍ୱାସ କରନ୍ତି ଯେ ଟିକଟକ ଏକ ଚାଇନିଜ୍ କମ୍ପାନୀ ହୋଇଥିବାରୁ ୟୁଜର୍ସଙ୍କ ଡାଟା ଚାଇନା ସରକାରଙ୍କ ସହ ସେୟାର କରିପାରିବ । ଏହା ଜାତୀୟ ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିପାରେ । ଏହି କାରଣରୁ ଆମେରିକା ସମେତ ଅନେକ ଦେଶ ଟିକଟକ୍ ଉପରେ କଡ଼ା ପଦକ୍ଷେପ ନେଇଛନ୍ତି  । ଟିକଟକ୍ ଉପରେ ମଧ୍ୟ ଅନେକ ସମୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଏହି ଆପରେ ଭୁଲ ତଥ୍ୟ ପ୍ରସାର ସମାଜରେ ଅସ୍ଥିରତା ସୃଷ୍ଟି କରିଛି । ଅନେକ ଦେଶ ବିଶ୍ୱାସ କରନ୍ତି ଯେ ଏହି ଆପ୍ କୁ ଦେଶ ଭିତରେ ମିଥ୍ୟା ସୂଚନା ଏବଂ ଅଶାନ୍ତି ପ୍ରସାର କରିବା ପାଇଁ ବ୍ୟବହାର କରାଯାଇପାରେ । ସେଥିପାଇଁ ଫେକ୍ ନ୍ୟୁଜ୍ କୁ ରୋକିବା ପାଇଁ ଅନେକ ଦେଶ ଟିକଟକ୍ କୁ ବ୍ୟାନ୍ କରିବା ଉଚିତ ବୋଲି ମନେ କରିଥିଲେ । ଟିକଟକ୍ ରେ ହିଂସା ସମ୍ପର୍କିତ ଅଶ୍ଳୀଳ ବିଷୟବସ୍ତୁ ଏବଂ ଭିଡିଓ ପ୍ରସଙ୍ଗ ମଧ୍ୟ ଉଠିଛି । ଏହି ଆପରେ ଏଭଳି ଅନେକ ଭିଡିଓ ଅପଲୋଡ କରାଯାଇଥିଲା, ଯାହାର ନକାରାତ୍ମକ ପ୍ରଭାବ ପିଲା ଓ ଯୁବକଙ୍କ ଉପରେ ପଡିଥାଏ । ସାମାଜିକ ନିରାପତ୍ତା ଏବଂ ନୈତିକତାକୁ ଦୃଷ୍ଟିରେ ରଖି ଅଶ୍ଳୀଳ ବିଷୟବସ୍ତୁ ଉପରେ ରୋକ୍ ଲଗାଇବା ପାଇଁ ଟିକଟକ୍ କୁ ନିଷିଦ୍ଧ କରିଛି ଆମେରିକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking