ପୁରୀ: ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପୂରା ପୋଲିସ ଛାଉଣୀ । ସୁରକ୍ଷା ବଳୟ ଭିତରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସମଗ୍ର ପୁରୀ । ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ, ପୁରୀରୁ କୋଣାର୍କ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ଏଥିପାଇଁ ନିୟୋଜିତ ଅଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । ତେବେ ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ଇତିମଧ୍ୟରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି । କିଛି ସମୟ ପରେ ରଥଟଣା ହେବ ଆଉ ନବଦିନାତ୍ମକ ଯାତ୍ରା କରିବେ ଶ୍ରୀଜିଉ।