29.1 C
Bhubaneswar
Monday, March 30, 2026
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ବାଘୁଣୀ ‘ଯମୁନା’

ଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ବାଘୁଣୀ ‘ଯମୁନା’

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି। ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ। ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ। ଆଜି ଶିମିଳିପାଳ କୋର ଏରିଆରେ ବାଘକୁ ଛଡ଼ା ଯାଇଛି।ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ। ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking