ଦେବଗଡ: ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି । ବାବାଜି ମଠ ଗାଁ ନିକଟ ଝାରମୁଣ୍ଡା ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ପଡିଥିବା ଠାବ ହୋଇଛି । ସୂଚନା ପାଇ ବନବିଭାଗ ପାଦ ଚିହ୍ନର ନମୂନା ସଂଗ୍ରହ କରିଥିବା ବେଳେ ବିଶେଷଜ୍ଞ ଟିମ ଏହାର ଯାଞ୍ଚ କରୁଛନ୍ତି । ଗତ କିଛି ଦିନ ହେଲା ଏକ ମହାବଳ ବାଘ ରିଆମାଳ ବନାଞ୍ଚଳରେ ବୁଲୁଥିବା ବନବିଭାଗ ପାଖରେ ଖବର ରହିଥିଲା । ଏପରିକି ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଛି । ବାଘ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି । ବାଘ ପାଦ ଚିହ୍ନ ଠାବ ହେବା ପରେ ଲୋକଙ୍କ ଭିତରେ ଭୟ ଦେଖାଦେଇଛି ।










