24.1 C
Bhubaneswar
Monday, February 2, 2026
Homeଓଡିଶାସାତକୋଶିଆ ରେଞ୍ଜ ଅଞ୍ଚଳରେ ୫ ଗୋରୁକୁ ମାରିଲା ବାଘ

ସାତକୋଶିଆ ରେଞ୍ଜ ଅଞ୍ଚଳରେ ୫ ଗୋରୁକୁ ମାରିଲା ବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ବାଘ ମାତିଛି। ଚଳାଇଛି ଅଖଣ୍ଡ ଶିକାର। ବାଘର ଉପସ୍ଥିତି କୁନେଇ ସ୍ଥାନୀୟ ଅଞ୍ଚଳରେ ଲାଗିରହିଛି ଆତଙ୍କ। ତେବେ ବାଘ ଆକ୍ରମଣ କରି ୫ ଟି ଗୋରୁକୁ ମାରିଥିବାର ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ ଭାଲିଆଡାଳ ଗ୍ରାମ କିସୁନସାହିର କିଛି ବ୍ୟକ୍ତିଙ୍କ ଗୋରୁ ଗୁଡିକ ୬ ଦିନ ପୂର୍ବରୁ ସବୁଦିନ ଭଳି ଗ୍ରାମ ନିକଟ ଜଙ୍ଗଲ ଭିତରକୁ ଚରିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଗୋରୁ ଗୁଡିକ ନିଜ ନିଜ ଘରକୁ ନ ଫେରିବାରୁ ଗୋରୁ ମାଲିକ ମାନେ ହଜି ଥିବା ଗୋରୁକୁ ଖୋଜି ପାଇ ନଥିଲେ। କିନ୍ତୁ ଗତ ମଙ୍ଗଳବାର ଦିନ ଜଙ୍ଗଲକୁ ଯାଇଥିବା ଲୋକମାନେ ଭାଲିଆଡାଳ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନମ୍ବର ୧୪ ରେ ୪ ଟି ଗୋରୁ ମରି ପଡିଥିବାର ଦେଖିଥିଲେ। ସେଥିମଧ୍ୟରୁ ଗୋଟିଏ ଗୋରୁର ୭୦ ଭାଗ ଅଂଶ ବାଘ ଖାଇ ଦେଇଥିବାର ଦେଖାଯାଇଥିଲା।ସେହିପରି ବୁଧବାର ଦିନ ଆଉ ଗୋଟିଏ ଗୋରୁର କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ମିଳିଥିଲା।ଖବରପାଇ ସାତକୋଶିଆ ରେଞ୍ଜର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବାଘ ଆକ୍ରମଣରେ ସେହି ଗ୍ରାମର କଣ୍ଡେରାମ ଜଙ୍କଙ୍କ ୨ ଟି ଗାଈ, କୃପା ହେମ୍ବ୍ରମଙ୍କ ଗୋଟିଏ ବଳଦ ଏବଂ ଖଜୁରୀ ପୁର୍ତ୍ତୀଙ୍କ ଗୋଟିଏ ଗାଈ ଓ ଗୋଟିଏ ବଳଦ ଥିବାର ଜଣା ପଡିଥିଲା। ମୃତ ଗୋରୁ ଗୁଡିକ ବନ କର୍ମଚାରୀଙ୍କ ଉପସ୍ଥିତରେ ଠାକୁରାମଣ୍ଡା ବନ୍ୟପ୍ରାଣୀ ଡ଼ାକ୍ତରଙ୍କ ଦ୍ଵାରା ବ୍ୟବଚ୍ଛେଦ କରା ଯାଇଥିଲା।ପ୍ରାଥମିକ ତଦନ୍ତରୁ ଏହା କଲରାପତରିଆ ବାଘ ହୋଇଥାଇ ପାରେ ବୋଲି ସାତକୋଶିଆ ରେଞ୍ଜ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking