27.1 C
Bhubaneswar
Tuesday, March 31, 2026
Homeଓଡିଶାଗାଈକୁ ମାରି ଖାଇଲା ବାଘ

ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ାରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗୋଟିଏ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ବାଘ ଆତଙ୍କ ଖେଳିଯାଇଛି। ନୂଆପଡ଼ା ଜିଲା ବୋଡେନ ଝରଣା ମାଲଗାଁରେ ଗୋଟିଏ ଗାଈକୁ ମାରି ବାଘ ଖାଇଥିବା ସୂଚନା ମିଳିଛି। କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ମାରି ଖାଇଥିବା ଜଣାପଡ଼ିଛି। ଗୁହାଳ ଭିତରେ ପଶି ଗାଈକୁ ମାରି ବାଘ ଖାଇଥିବା ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଲୋକଙ୍କୁ ସତର୍କ କରିଛି ଏବଂ ବାଘର ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି।ତେବେ ଏହି କଲରାପତରିଆ ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking