ଆନନ୍ଦପୁର: ଆନନ୍ଦପୁରରେ ବାଘ ଆତଙ୍କ। ଗୁହାଳରୁ ଟେକି ନେଇ ମଇଁଷି ଛୁଆ ମାରିଖାଇଲା ବାଘ। ସନ୍ତୋଷପୁର ରିଜର୍ଭ ଫରେଷ୍ଟ ରେଞ୍ଜ ମଡଣ୍ଡପଡ଼ା ଗାଁରେ ଘଟିଛି ଘଟଣା। ଗତକାଲି ଗୁହାଳରେ ପଶି ମଇଁଷି ଛୁଆକୁ ଟେକି ନେଇଥିଲା ବାଘ। ଘର ଠାରୁ ୪୦୦ ମିଟର ଦୂରରେ ପଡ଼ିଛି ମଇଁଷି ଛୁଆର ମୁଣ୍ଡ ଓ ପଞ୍ଜରା ହାଡ଼। ବାଘ ଆତଙ୍କରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।










