18.1 C
Bhubaneswar
Friday, February 13, 2026
Homeଓଡିଶାଗାଈକୁ ମାରି ଖାଇଲା ବାଘ

ଗାଈକୁ ମାରି ଖାଇଲା ବାଘ

ମୟୂରଭଞ୍ଜ: ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳରେ ମାତିଛି ବାଘ ।  ଗାଈକୁ ମାରୁଛି ବାଘ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।  ଗତକାଲି ହୁଡ଼ିସାହିରେ ଗୁହାଳରୁ ଗୋରୁକୁ ଘୋଷାରି ନେଇ ମାରିଦେଇଥିବା ବେଳେ ଆଜି ପୁଣି ପଣ୍ଡେସାହି ଗାଁରେ ସମାନ ଢ଼ଙ୍ଗରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଛି ବାଘ । ଗାଁର ପ୍ରେମ କୁମାର ସାମଲଙ୍କ ଗୁହାଳରେ ବନ୍ଧା ଯାଇଥିବାବେଳେ ଗୋରୁ ରଡି ଶୁଣି ପରିବାର ଲୋକେ ପାଟି କରିବାରୁ ବାଘଟି ଗୋରୁକୁ ଛାଡି ଚାଲିଯାଇଥିଲା। କିନ୍ତୁ ଗୋରୁଟିର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ପଡିଛି ।  ଦୁଇ ଦିନରେ ୨ଟି ଗୋରୁ ମାରିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking