30.6 C
Bhubaneswar
Wednesday, April 9, 2025
Homeଓଡିଶାଶିମିଳିପାରେ ଆଜିଠୁ ଆରମ୍ଭ ହେଉଛି ବାଘ ଗଣନା

ଶିମିଳିପାରେ ଆଜିଠୁ ଆରମ୍ଭ ହେଉଛି ବାଘ ଗଣନା

ମୟୁରଭଞ୍ଜ: ଶିମିଳିପାରେ ଆଜିଠୁ ଆରମ୍ଭ ହେଉଛି ବାଘ ଗଣନା । ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜଙ୍ଗଲରେ ବାଘର ପାଦ ଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳ ନମୁନାର ବାଘର ଗଣତି କରିବେ । ଏଥି ସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ ।ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ସହ ବର୍ଷ ତମାମ ଚାଲିବ । ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟ ଅନୁସାରେ ୨୦୨୬ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ । ପ୍ରତି ୪ ବର୍ଷରେ ଜାତୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଥାଏ । ଶିମିଳିପାଳରେ ଏବେ ୨୪ଟି ବୟସ୍କ ମହାବଳ ଥିବା ବେଳେ ୮ଟି ଶାବକ ରହିଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇଛି ନା ବାଘବଂଶ ହ୍ରାସ ପାଇଛି । ତାହା ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking