31.1 C
Bhubaneswar
Saturday, March 21, 2026
Homeଓଡିଶାଖୁଣ୍ଟରେ ବାନ୍ଧି ଯୁବକଙ୍କୁ  ନିସ୍ତୁକ ମାଡ

ଖୁଣ୍ଟରେ ବାନ୍ଧି ଯୁବକଙ୍କୁ  ନିସ୍ତୁକ ମାଡ

ବାଲେଶ୍ୱର : ଚୋରି ସନ୍ଦେହରେ  ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି। ଏପରି ଅତ୍ୟାଚାର ଅସହ୍ୟ ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଏବେ ମେଡିକାଲ ବେଡରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ସାଂଘାତିକ ଘଟଣା ଗତକାଲି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ। ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ସେ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା ।
ଗତକାଲି ଅଜୟ ଦାସ ଏବଂ ତାଙ୍କ ଦୁଇ ପୁଅ ତାଙ୍କ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରୀଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ଘରୁ ଡାକି ଆଣିଥିଲେ। ଏହାପରେ ସେମାନେ ସମସ୍ତଙ୍କୁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଖୁଣ୍ଟି ରେ ବାନ୍ଧି ଲୁହା ରଡ ଓ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଛାଡ଼ିବାକୁ କାକୁତିମିନତି ହେଲେ ବି ସେମାନେ କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ। ପ୍ରବଳ ମାଡ଼ ଯୋଗୁ ଘଟଣାସ୍ଥଳରେ ତ୍ରିଲୋଚଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୁଅକୁ ପୁଲିସ ଅଟକ ରଖିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking