30.1 C
Bhubaneswar
Tuesday, January 20, 2026
Homeଓଡିଶାନିଶା ବେପାରର ହବ୍ ପାଲଟିଛି ଓଡ଼ିଶା

ନିଶା ବେପାରର ହବ୍ ପାଲଟିଛି ଓଡ଼ିଶା

ଭୁବନେଶ୍ୱର: ନିଶା ବେପାରର ହବ ପାଲଟିଛି ଓଡିଶା । ଗୋଆରୁ ଓଡିଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ବ୍ୟାପକ ରେଡ କଲା ଇଡି । ଆନ୍ତର୍ଜାତୀୟ ନିଶା କାରବାରରେ ମିଳିଥିଲା ଓଡିଶା ଲିଙ୍କ । ଚଢାଉବେଳେ ଜବତ ହୋଇଛି ବିପୁଳ ନିଶା ସାମଗ୍ରୀ । ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ଏହାର ସୁରାଗ ମିଳିଥିଲା । ଓଡିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢାଉ ହୋଇଛି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ବିପୁଳ ନିଶାଦ୍ରବ୍ୟ । ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରୟାସ ଚାଲିଛି । ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର । ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking