ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ସହିତ ପ୍ରବଳ ପବନ ବହିବା ଫଳରେ ଦ୍ୱାରକାର ଚାଷ ଜମିରେ ନିର୍ମିତ ଏକ ନଳକୂପ କୋଠରୀ ଉପରେ ଏକ ନିମ୍ବ ଗଛ ପଡ଼ିଯାଇଥିଲା। ଗଛଟି ନଳକୂପ କୋଠରୀ ଉପରେ ପଡ଼ିଯିବା ଫଳରେ କୋଠରୀଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେ ସେହି ଭଗ୍ନାବଶେଷ ତଳେ ଜଣେ ୨୬ ବର୍ଷୀୟା ମହିଳା ଏବଂ ତାଙ୍କର ତିନି ପିଲା ଫସି ରହିଥିବା ବେଳେ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ, ସମସ୍ତ ଚାରି ଜଣଙ୍କୁ ବାହାର କରାଯାଇ ଜାଫରପୁର କଲାନର ଆର୍ଟିଆର୍ ହସ୍ପିଟାଲ୍କୁ ପଠାଯାଇଛି। ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଅଜୟ ସାମାନ୍ୟ ଆହତ ହୋଇଛନ୍ତି। ପ୍ରବଳ ପବନ ବହିବା ଯୋଗୁଁ ଆଜି ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧା ଅଂଶ ଭୁଶୁଡ଼ି ପଡ଼ିଛି । ଅନେକ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। 120 ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନୀ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ କହିଛି ଯେ ଖରାପ ପାଗ ଯୋଗୁଁ କିଛି ବିମାନ ଚଳାଚଳ ପ୍ରଭାବିତ ହୋଇଛି। ୨୫ ରୁ ଅଧିକ ଟ୍ରେନ ବିଳମ୍ବ ହୋଇଛି। ପ୍ରବଳ ପବନ ଯୋଗୁଁ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦର ଅନେକ ଅଞ୍ଚଳରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ପଡ଼ିଥିବା ସୂଚନା ରହିଛି । ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ।